ତିନୋଟି ମଡେଲରେ ବଜାରକୁ ଆସିଛି ଏମଜି Comet EV, ମେ ୨୨ରୁ ରାସ୍ତାରେ ଗଡ଼ିବ

ମାଇକ୍ରୋ ଏସୟୁଭି Comet EVକୁ ଲଞ୍ଚ କରାଯାଇଛି । ତିନୋଟି ମଡେଲରେ ବଜାରକୁ ଆସିଛି । Pace, Play ଓ Plush । ଏହାର ଦାମ୍‌ ୭.୯୮ ଲକ୍ଷରୁ ଆରମ୍ଭ ହୋଇ ୯.୯୮ଲକ୍ଷ ପର୍ଯ୍ୟନ୍ତ ରହିଛି । ଏହି ଦାମରେ କେବଳ ପ୍ରଥମ ୫୦୦୦ ଗ୍ରାହକ କିଣି ପାରିବେ । ଆସନ୍ତା ମେ ୧୫ ତାରିଖରୁ ୪ଟି ସିଟ ବିଶିଷ୍ଟ ଇଭିକୁ ବୁକ୍‌ କରାଯାଇ ପାରିବ ।

କେନ୍ୟୁଜ୍‌(ବ୍ୟୁରୋ): ଏମଜି ମଟର ଇଣ୍ଡିଆ ପକ୍ଷରୁ ଏହାର ମାଇକ୍ରୋ ଏସୟୁଭି Comet EVକୁ ଲଞ୍ଚ କରାଯାଇଛି । ଏହା ତିନୋଟି ମଡେଲରେ ବଜାରକୁ ଆସିଛି । Pace, Play ଓ Plush । ଏହାର ତିନୋଟି ଯାକ ମଡେଲର ଦାମ କମ୍ପାନୀ ପକ୍ଷରୁ ସାମନାକୁ ଅଣାଯାଇଛି । ଏହାର ଦାମ୍‌ ୭.୯୮ ଲକ୍ଷରୁ ଆରମ୍ଭ ହୋଇ ୯.୯୮ଲକ୍ଷ ପର୍ଯ୍ୟନ୍ତ ରହିଛି । Pace ଭାରିଆଣ୍ଟର ଦାମ ୭.୯୮ ଲକ୍ଷ ରହିଥିବା ବେଳେ Play ଭାରିଆଣ୍ଟର ଦାମ ୯.୨୮ ଲକ୍ଷ ରହିଛି । ସେହିପରି Plush ଭାରିଆଣ୍ଟର ଦାମ ୯.୯୮ ଲକ୍ଷ ରହିଛି । ଏହା ଏକ୍ସ- ସୋରୁମ ଦାମ ରହିଥିବା ବେଳେ ରାଜ୍ୟ ଓ ସହର ଅନୁସାରେ ଦାମରେ ପାର୍ଥକ୍ୟ ରହିବ । ଏହି ଦାମରେ କେବଳ ପ୍ରଥମ ୫୦୦୦ ଗ୍ରାହକ କିଣି ପାରିବେ । ଆସନ୍ତା ମେ ୧୫ ତାରିଖରୁ ୪ଟି ସିଟ ବିଶିଷ୍ଟ ଇଭିକୁ ବୁକ୍‌ କରାଯାଇ ପାରିବ । ମେ ୨୨ରୁ ସୋରୁମରୁ ଗ୍ରାହକଙ୍କ ପାଖରେ ପହଁଚିବ ଏହି କାର ।

ନଜର ପକାଇବା ଏହାର ଫିଚର ଉପରେ । ଏଥିରେ ରହିଛି ଆଇପି67 ରେଟେଡ ଓ୍ଵାଟର ଓ ଡଷ୍ଟ ରେଜିଷ୍ଟାନ୍ସ । ଏହାସହ ଏଥିରେ 17.3 କିଲୋ ଓ୍ଵାଟ ବ୍ୟାଟେରୀ ରହିଛି । ଏଥିରେ ରହିଛି ୮ବର୍ଷ ପର୍ଯ୍ୟନ୍ତ ଓ୍ଵାରେଣ୍ଟି । ଏହା ଥରେ ଚାର୍ଜ ହେଲାପରେ ୨୩୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏଥିରେ 3.3 କିଲୋଓ୍ଵାଟର ଇଣ୍ଟରନାଲ ଚାର୍ଜର ରହିଛି । ଏହି ଭେକିଲ ଫୁଲ ଚାର୍ଜ ହେବାପାଇଁ ୬ରୁ ୭ ଘଣ୍ଟା ସମୟ ନେବ । ଏହାର ପଛ ଏକ୍ସଲରେ ଏକ ସିଙ୍ଗଲ ଇଲେକ୍ଟ୍ରି ମଟର ରହିଛି । ଏଥିରୁ ୪୧ ବିଏଚପି ଓ ୧୧୦ ଏନଏମ ଟର୍ଗ ଜେନେରେଟ ହେବ । ଏହାର ଅପରେଟିଂ କଷ୍ଟ ଖୁବ କମ ରହିଥିବା କମ୍ପାନୀ ପକ୍ଷରୁ ଦାବୀ କରାଯାଇଛି । ଏହାକୁ ଚାର୍ଜ କରିବା ପାଇଁ ମାସକୁ ୫୦୦ରୁ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

କମ୍ପାନୀ ପକ୍ଷରୁ ଏକ ବୟବେକ୍‌ ପ୍ରୋଗ୍ରାମ ଲଞ୍ଚ କରାଯାଇଛି । ଯେଉଁଥିରେ Comet EV ଭେକିଲକୁ ତିନି ବର୍ଷ ବ୍ୟବହାର କଲାପରେ କମ୍ପାନୀ ଏହାକୁ ଫେରାଇ ନେବ । ଏହାସହ ଏକ୍ସ ସୋରୁମ ଦାମର ୬୦ ପ୍ରତିଶତ ଅର୍ଥ କମ୍ପାନୀ ତରଫରୁ ଫେରସ୍ତ କରାଯିବ ।

ଏବେ ଭାରିଆଣ୍ଟ ଅନୁଯାୟୀ ଏହାର ଫିଚର ଉପରେ ନଜର ପକାଇବା । Pace ଭାରିଆଣ୍ଟରେ ରହିଛି ପାଓ୍ଵାର ଆଡଜଷ୍ଟଟେବଲ ଓଆରଭିଏମଏସ, ଓଡିଅ ସିଷ୍ଟମ ସହ କିଲେସ ଏଣ୍ଟ୍ରି ଫିଚର ରହିଛି । ଏହାସହ ଟାୟାର ପ୍ରେସର ମନିଟରିଂ ସିଷ୍ଟମ, ପାସେଞ୍ଜର ମାନଙ୍କ ପାଇଁ 3-ପଏଣ୍ଟ ସିଟ ବେଲ୍ଟ । ଏହାସହ ଏହାକୁ ଆପଣଙ୍କ ସୁବିଧା ଅନୁଯାୟୀ କଷ୍ଟମାଇଜ କରିପାରିବେ । Play ଭାରିଆଣ୍ଟରେ ସ୍ପୋର୍ଟ ଏଲଇଡି ଲାଇଟିଂ ଉଭୟ ଫ୍ରଣ୍ଟ ଓ ରିଅରରେ ରହିଛି । ଗ୍ରେ ରଙ୍ଗର ଲେଦର କଭର କେବିନ ରହିଛି । ଏହାସହ ଏଥିରେ 10.25 ଇଞ୍ଚର ଇଣ୍ଟିଗ୍ରେଟେଡ ଡିସପ୍ଲେ ରହିଛି । Plush ଭାରିଆଣ୍ଟରେ କେତେକ ପ୍ରିମିୟମ ଫିଚର ରହିଛି । ଏଥିରେ ରିଅର ଭିଉ ପାକିଂ କ୍ୟାମେରା ରହିଛି । ଏହାସହ ଏଥିରେ ସ୍ମାର୍ଟ ଡିଜିଟାଲ କି, ସ୍ମାର୍ଟ କି ଷ୍ଟାର୍ଟ ଭଳି ଫିଚର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.