ଓଡ଼ିଶାକୁ ନାହିଁ ବାତ୍ୟା ବିପଦ, ବାଂଲାଦେଶ ଓ ମିଆଁମାର ଉପକୂଳକୁ ମୁହାଁଇପାରେ: ପାଣିପାଗ

GFS ଓ ୟୁରୋପିଆନ୍‌ EMWF ମଡେଲର ଆକଳନ କହୁଛି ମିଆଁମାର ମୁହାଁ ହେବ ବାତ୍ୟା । EMWF ୧୪ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ଦର୍ଶାଉଛି ।

(କେନ୍ୟୁଜ): କୁଆଡ଼େ ମୁହାଁଇବ ସମ୍ଭାବ୍ୟ ବାତ୍ୟା ? ବିଭିନ୍ନ ପାଣିପାଗ ସଂସ୍ଥା କରିଛନ୍ତି ଆକଳନ କହୁଛି, ମିଆଁମାର ଉପକୂଳ ମୁହାଁଇପାରେ । ୱିଣ୍ଡିର ଆମେରିକାନ୍‌ GFS ଓ ୟୁରୋପିଆନ୍‌ EMWF ମଡେଲର ଆକଳନ କହୁଛି ମିଆଁମାର ମୁହାଁ ହେବ ବାତ୍ୟା । EMWF ୧୪ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ଦର୍ଶାଉଛି । GFS ମଡେଲ ଦର୍ଶାଉଛି ୧୩ ତାରିଖରେ ସମ୍ଭାବ୍ୟ ବାତ୍ୟା ମିଆଁମାର ଉପକୂଳକୁ ହିଟ୍‌ କରିପାରେ ।

ସ୍କାଏମେଟ୍‌ ପୂର୍ବାନୁମାନ କରିଛି, ବାଂଲାଦେଶ ଓ ମିଆଁମାର ଉପକୂଳ ମୁହାଁଇବ ସମ୍ଭାବ୍ୟ ସାଇକ୍ଲୋନ୍‌ । ଓଡ଼ିଶା ଓ ପଶ୍ଚିମବଙ୍ଗକୁ ନାହିଁ ବାତ୍ୟା ବିପଦ । କାଲି ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ । ୯ ତାରିଖ ବେଳକୁ ଗଭୀର ଅବପାତ ଓ ୧୦ରେ ହେବ ବାତ୍ୟା । ୧୨ ତାରିଖରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର ବିଜ୍ଞାନୀ ଜାସନ୍‌ ନିକଲସଙ୍କ ଆକଳନ କହୁଛି, ବାତ୍ୟା ମିଆଁମାର-ବାଂଲାଦେଶ କିମ୍ବା ଦକ୍ଷିଣପୂର୍ବ ଭାରତ ଉପରେ ପ୍ରଭାବ ପକାଇପାରେ । ଅର୍ଥାତ ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ପ୍ରତି ନାହିଁ ବିପଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.