Below header

ଫେସବୁକରୁ ପ୍ରେମ ପରେ ବିହାର ପାଟନା ନେଲା ପ୍ରେମିକ, ବାରମ୍ବାର ଦୁଷ୍କର୍ମ କରିବା ପରେ ଭିଡ଼ିଓକୁ ଅସ୍ତ୍ର କରି ବ୍ଲାକମେଲ କରୁଛି ଯୁବକ

ଯୁବତୀ ଜଣକ ସ୍ପୀଡ଼ ପୋଷ୍ଟ କରି ଦେଇଥିବା ଅଭିଯୋଗ ଅନୁଯାୟୀ କିଛି ବର୍ଷ ତଳେ, ଫେସବୁକ ଜରିଆରେ ମୁଜାଫରପୁର ଅଞ୍ଚଳର ଜଣେ ଯୁବକ ସହିତ ତାଙ୍କର ପରିଚୟ ହୋଇଥିଲା। ସୋସିଆଲ ମିଡିଆରେ ଉଭୟଙ୍କ ଭିତରେ ନିବିଡ଼ତା ବୃଦ୍ଧି ପାଇଥିଲା।

କଟକ(କେନ୍ୟୁଜ୍): ଫେସବୁକରୁ ପରିଚୟ ହେଲା। ସମ୍ପର୍କ ବଢ଼ିଲା। ତା ପରେ ଫଟ, ଭିଡ଼ିଓକୁ ଅସ୍ତ୍ର କରି ବ୍ଲାକ ମେଲ କରିବା ଆରମ୍ଭ କଲା ଯୁବକ। ଶେଷରେ ବାରମ୍ବାର ଦୁଷ୍କର୍ମ ଏବଂ ଶାରୀରିକ ନିର୍ଯ୍ୟାତନାର ଶିକାର ହୋଇ ଜୀବନ ବଞ୍ଚାଇ ପଳାଇ ଆସିଲେ ଯୁବତୀ। କଟକ ସହରର ଜଣେ ଯୁବତୀଙ୍କ ସହିତ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ବିହାର ପାଟନାରେ ଏକ ଘରେ ତାଙ୍କୁ ମାଡ଼ ମାରିବା ସହ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ। ସ୍ପୀଡ଼ ପୋଷ୍ଟ କରି କ୍ୟାଣ୍ଟନମେଣ୍ଟ ଥାନାରେ କରିଛନ୍ତି ଅଭିଯୋଗ। ଘଟଣାକୁ ଗୁରୁତ୍ୱ ଦେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ।

ଯୁବତୀ ଜଣକ ସ୍ପୀଡ଼ ପୋଷ୍ଟ କରି ଦେଇଥିବା ଅଭିଯୋଗ ଅନୁଯାୟୀ କିଛି ବର୍ଷ ତଳେ, ଫେସବୁକ ଜରିଆରେ ମୁଜାଫରପୁର ଅଞ୍ଚଳର ଜଣେ ଯୁବକ ସହିତ ତାଙ୍କର ପରିଚୟ ହୋଇଥିଲା। ସୋସିଆଲ ମିଡିଆରେ ଉଭୟଙ୍କ ଭିତରେ ନିବିଡ଼ତା ବୃଦ୍ଧି ପାଇଥିଲା। ଏହା ପରେ ସଂପୃକ୍ତ ଯୁବକ ଜଣକ କଟକର ଏହି ଯୁବତୀଙ୍କୁ ବ୍ଲାକ ମେଲ କରିବା ଆରମ୍ଭ କରି ଦେଇ ଥିଲେ। ତାଙ୍କ ଫଟ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ, ଯୁବତୀଙ୍କୁ ବିହାର ପାଟନା ଯିବାକୁ ବାଧ୍ୟ କରିଥିଲେ।

ଯୁବତୀ ଜଣକ ଅନ୍ୟ କୌଣସି ଉପାୟ ନ ପାଇ ଗତ ୨୦୨୨ ମସିହା ଜୁନ ମାସରେ କଟକରୁ ପାଟନା ଯାଇଥିଲେ। ଯୁବକ ଜଣକ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଏକ ଘରେ ବନ୍ଦ କରି ନିଶା ଦେଇ କିଛି ଦିନ ବାରମ୍ବାର ଦୁଷ୍କର୍ମ କରିବା ସହିତ ବିରୋଧ କଲେ ମାଡ଼ ମାରୁ ଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି। ଏହା ପରେ ଯୁବତୀ ଜଣକ ସେଠାରୁ ଖସି ଆସି ଏକ ରେଳ ଷ୍ଟେସନରେ ପହଂଚିବା ପରେ କଟକ ଫେରିବାକୁ ସକ୍ଷମ ହୋଇଥିଲେ। ଘଟଣାକୁ ନେଇ ଯୁବତୀ ଜଣକ ସ୍ପୀଡ଼ ପୋଷ୍ଟ ଜରିଆରେ କରିଥିବା ଲିଖିତ ଅଭିଯୋଗକୁ ଏତଲା ଭାବରେ ଗ୍ରହଣ କରି, ଗତ ୧୬ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

ଯୁବତୀଙ୍କ ସହ ସିଧା ସଳଖ କୌଣସି ଯୋଗାଯୋଗ ଏପର୍ଯ୍ୟନ୍ତ ହୋଇ ପାରି ନାହିଁ। ତାଙ୍କ ପରିବାରଵର୍ଗଙ୍କ ସହ ଯୋଗାଯୋଗ କରାଯାଇଥିବା ଡିସିପି କହିଛନ୍ତି। ଅଭିଯୋଗକାରିଣୀ ପିଡିତାଙ୍କ ସହ ଯୋଗାଯୋଗ ଏବଂ ପଚରାଉଚରା କରିବା ପରେ ହିଁ ତଦନ୍ତ ଆଗକୁ ବଢିବ ଏବଂ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି। ପିଡିତାଙ୍କର ବୟାନ ରେକର୍ଡ କରିବା ପରେ ଡାକ୍ତରୀ ମାଇନା କରାଯିବ ବୋଲି ଡିସିପି କହିଛନ୍ତି। ଅଜଣା ଅପରିଚିତ ବ୍ୟକ୍ତିଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କ ନ ଯୋଡିବାକୁ ଅପିଲ କରିଛନ୍ତି କଟକ ଡିସିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.