Below header

ନକଲି ଗୋଦାମର ପେଣ୍ଠସ୍ଥଳୀ ପାଲଟିଛି ସିଲ୍‌କ ସିଟି ବ୍ରହ୍ମପୁର: ଜବତ ହେଲା ଅସଲି ବ୍ରାଣ୍ଡରେ ନକଲି ଗୁଟଖା, ବ୍ୟବସାୟୀ ଅଟକ

ବ୍ରହ୍ମପୁର: କଟକ ପରେ ନକଲି ଗୋଦାମର ପେଣ୍ଠସ୍ଥଳୀ ପାଲଟିଛି ସିଲ୍‌କ ସିଟି ବ୍ରହ୍ମପୁର। ବଢି ଚାଲିଛି ଭେଜାଲ ଜିନିଷର କାରବାର। କେତେବେଳେ ନକଲି ମସଲା ତ ଆଉ କେତେବେଳେ ନକଲି ଚା। ଗତକାଲି ସକାଳେ ନକଲି ଗୁଟ୍‌ଖା ଜବତ କରାଯାଇଛି ।

ଅନ୍ଯପଟେ ଗତକାଲି ରାତିରେ ଅପମିଶ୍ରଣ କରାଯାଉଥିବା ଟମାଟୋ ଓ ଚିଲି ସସ୍‌ ଗୋଦାମରେ ମଧ୍ଯ ଚଢାଉ କରାଯାଇଥିଲା। ୨୨୦ ପେଟି ଡୁପ୍ଲିକେଟ୍‌ ବ୍ରାଣ୍ଡର ସସ୍‌ ବୋତଲ ଜବତ କରାଯାଇଥିଲା।

ସେହିପରି ଅସଲି ବ୍ରାଣ୍ଡରେ ନକଲି ଗୁଟଖା ବଜାରରେ ବିକ୍ରି କରୁଥିଲେ । ନକଲି କାରବାର ଅଭିଯୋଗରେ ବ୍ୟବସାୟୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.