ଦ୍ବାଦଶ ପାସ୍ କରିଥିଲେ ସେନାରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କେବେଠୁ କରିବେ ଆପ୍ଲାଏ

୧୨ଶ ପାସ୍ କରିଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସ୍ଥଳ ସେନାରେ ଅଫିସର ପଦବୀ ପାଇଁ ନିଯୁକ୍ତି ପତ୍ର ଜାରି ହୋଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୧ ଫେବ୍ରୁଆରୀରୁ ଆପ୍ଲାଏ କରିପାରିବେ। ଅଧିକ ବିବରଣୀ joinindianarmy.nic.in କୁ ଯାଇ ନୋଟିଫିକେସନରୁ ଅଧିକ ବିବରଣୀ ଜାଣିପାରିବେ। ଖୁବଶୀଘ୍ର ଭର୍ତ୍ତି ପାଇଁ ପରୀକ୍ଷା ଏବଂ ନୋଟିଫଇକେସନ ଜାରି ହେବ।

ଟେକ୍ନିକାଲ ନିଯୁକ୍ତି ପାଇଁ ଯୁକ୍ତ ୨ ବିଜ୍ଞାନ ପାସ୍ କରିଥିବା ବେଳେ କେବଳ ଅବିବାହିତ ଯୁବକ ଆବେଦନ କରିପାରିବେ। ଏହାସହିତ ମାନ୍ଯତାପ୍ରାପ୍ତ ବୋର୍ଡ, ସ୍କୁଲରୁ ସର୍ବନିମ୍ନ ୭୦ ପ୍ରତିଶତ ଅଙ୍କ ସହିତ ଫିଜିକ୍ସ, କମେଷ୍ଟ୍ରି ଏବଂ ଗଣିତରେ ୧୨ଶ ପାସ୍ କରିଥିବା ଆବଶ୍ଯକ। ଇଣ୍ଟରମିଡିଏଟ ବିଜ୍ଞାନ ବିଷୟ ସହିତ ପାସ୍ ଏବଂ ଅବିବାହିତ ପ୍ରାର୍ଥୀ ନିଜର ଆବେଦନ ଅନଲାଇନ ମାଧ୍ୟମରେ ଆପ୍ଲାଏ କରିପାରିବେ।

indian army

ଟ୍ରେନିଂ:

ଚୟନ ପ୍ରାର୍ଥୀଙ୍କ ଟ୍ରେନିଂର ଅବଧି ୫ ବର୍ଷ ରହିବ। ଏହି ସମୟରେ ବର୍ଷେ ପାଇଁ ମିଲିଟାରୀ ଟ୍ରେନିଂ ଏବଂ ୪ ବର୍ଷ ପର୍ଯ୍ଯନ୍ତ ଟେକ୍ନିକାଲ ଟ୍ରେନିଂକୁ ସଫଳତା ପୂର୍ବକ ପାସ୍ କରିବାକୁ ହେବ।

ବେସିକ ମିଲିଟାରୀ ଟ୍ରେନିଂ ଅଫିସର୍ସ ଟ୍ରେନିଂ ଏକାଡେମୀରେ ଦିଆଯିବ। ସେହିପରି ୪ ବର୍ଷ ଟେକ୍ନିକାଲ ଟ୍ରେନିଂ ଦୁଇଟି ପର୍ଯ୍ଯାୟରେ ହେବ। ପ୍ରଥମେ ବର୍ଷ ପ୍ରି କମିଶନ ଟ୍ରେନିଂ, ଯାହା ତିନି ବର୍ଷ ଯାଏଁ ଚାଲିବ, ତା’ରେ ପୋଷ୍ଟ କମିଶନ ଟ୍ରେନିଂ ଏକବର୍ଷ ପର୍ଯ୍ଯନ୍ତ ହେବ।

ଶେଷ ପର୍ଯ୍ଯାୟ ପରୀକ୍ଷା ପାସ୍ କରିବା ପରେ ସେମାନଙ୍କୁ ଇଂଜିନିୟରିଂ ଡିଗ୍ରୀ ପ୍ରଦାନ କରାଯିବ। ଏହାଛଡା ଟ୍ରେନିଂର ଚାରି ବର୍ଷ ସଫଳତାପୂର୍ବକ ପୂର୍ଣ୍ଣ କରିବା ପରେ ସେନା ଲେଫିନାଣ୍ଟ ରାଙ୍କରେ ସ୍ଥାୟୀ କମିଶନ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.