Below header

ସଡକ ସୁରକ୍ଷା ପାଇଁ କଟକରେ ସାଇକ୍ଲୋଥନ୍‌, ଯୋଗ ଦେଲେ ବିଭିନ୍ନ ବିଭାଗର ଅନେକ ବରିଷ୍ଠ ଅଧିକାରୀ

କଟକ: ସଡକ ସୁରକ୍ଷା ପାଇଁ କଟକରେ ସାଇକ୍ଲୋଥନ୍‌। ସଡକ ସୁରକ୍ଷା ମାସରେ ସଚେତନତା ପାଇଁ ସାଇକ୍ଲୋଥନ୍‌ର ଆୟୋଜନ କରାଯାଇଛି। ଯୋବ୍ରା ମାଲଗୋଦାମ ଥାନା ନିକଟରୁ ସାଇକେଲ ରାଲି ବାହାରି ରାଣୀହାଟ, ବାଦାମବାଡି ଛକ ଦେଇ ସିଡିଏ ପର୍ଯ୍ୟନ୍ତ ଯାଇଥିଲା। ଏହି ରାଲି ମାଧ୍ୟମରେ ସଡକ ସୁରକ୍ଷା ବାର୍ତ୍ତା ଲୋକମାନଙ୍କୁ ନିକଟରେ ପହଞ୍ଚାଯାଇଥିଲା।

ବାରବାଟୀ ସାଇକେଲ କ୍ଲବ ଟିମ୍‌ ଓ ଭୁନେଶ୍ୱର ସାଇକ୍ଲିଙ୍ଗ ଆଣ୍ଡ ଆଡଭେଞ୍ଚର୍ସ କ୍ଲବର ଶତାଧିକ ସଦସ୍ୟ ଏହି ରାଲିରେ ଯୋଗ ଦେଇଥିଲେ। ଅଗ୍ନିଶମ ଡିଜି, ପରିବହନ କମିଶନର, କଟକ ଜିଲ୍ଲାପାଳ ଓ RTOଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.