Below header

ଖୋଲିଲା Garbage Cafe : ଏଠାରେ ଅଦକାରୀ ପ୍ଲାଷ୍ଟିକ ଦିଅନ୍ତୁ, ମାଗଣା ଭୋଜନ କରନ୍ତୁ

ଯଦି ଆପଣଙ୍କୁ ପ୍ଲାଷ୍ଟିକ୍ ଅଳିଆ ବଦଳରେ ଭଲ ସ୍ବାଦିଷ୍ଟ ଖାଇବା ମିଳେ ତେବେ କେମିତି ହେବ ? ନିଶ୍ଚିତ ଭାବେ ଖୁସି ଲାଗିବ । ରାଜଧାନୀ ଦିଲ୍ଲୀର ଦକ୍ଷିଣ ଦିଲ୍ଲୀ ନଗର ନିଗମ ନଜଫଗଡ ଜୋନରେ ଏକ ମିଠା ଦୋକାନ ସହ ମିଶି ଏମିତି ଅଭିଯାନ ଆରମ୍ଭ କରିଛି । ଦ୍ୱାରକାର ନଜଫଗଡ ଜୋନ୍ ସ୍ଥିତ ବର୍ଦ୍ଧମାନ ପ୍ଲସ୍ ସିଟି ମଲରେ ଡାଇମଣ୍ଡ ସୁଇଟ୍ସ ଗାରବେଜ୍ କାଫେ ଆରମ୍ଭ କରିଛି । ଏଠାରେ ଲୋକମାନେ ଅଦରକାରୀ ପ୍ଲାଷ୍ଟିକ୍ ବା ପ୍ଲାଷ୍ଟିକ୍ ଆବର୍ଜନା ଦେଇ ଭୋଜନ କରିପାରିବେ । ଏହି କାଫେରେ ଅଳିଆ ବଦଳରେ ବ୍ରେକ୍ ଫାଷ୍ଟ, ଲଞ୍ଚ୍, ଡିନର ବା ମିଠା ଖାଇପାରିବେ ।

ଦକ୍ଷିଣ ଦିଲ୍ଲୀ ନଗର ନିଗମ ସ୍ୱଚ୍ଛ ଭାରତ ଅଭିଯାନ ଅନୁସାରେ ନଜଫଗଡ ଜୋନରେ ଏହି ଅଭିଯାନ ଆରମ୍ଭ କରିଛି । ଏହି ପଦକ୍ଷେପ ଅନୁସାରେ ଆପଣ ଗାରବେଜ୍ କାଫେରେ ୧ କିଲୋ ଅଳିଆ ବଦଳରେ ବ୍ରେକ୍ ଫାଷ୍ଟ କରିପାରିବେ ବା ଲଞ୍ଚ୍ କିମ୍ବା ଡିନର କରିପାରିବେ । ଯଦି ଆପଣ କିଛି ଖାଇବାକୁ ଚାହୁଁନାହାଁନ୍ତି ତେବେ ଆପଣ ଘରକୁ ମିଠା ନେଇଯାଇପାରିବେ । ନଜଫଗଡ ଜୋନର ଡେପୁଟି କମିଶନର ରାଧାକୃଷ୍ଣ କହିଛନ୍ତି କି ଲୋକମାନେ ଯେଉଁ ଅଦରକାରୀ ପ୍ଲାଷ୍ଟିକ୍ ଦେଉଛନ୍ତି ତାକୁ ଡି କମ୍ପୋଜ୍ କରାଯାଉଛି । ଲୋକମାନଙ୍କୁ ପରିବେଶ ପ୍ରତି ସଚେତନ କରିବା ପାଇଁ ଏହି ପଦକ୍ଷେପ ଉଠାଯାଇଛି ।

garbage
photo credit: DKODING

ଡେପୁଟି କମିଶନର ରାଧାକୃଷ୍ଣ କହିଛନ୍ତି କି, ଅନ୍ୟ କିଛି ଦୋକାନୀଙ୍କ ସହ ମଧ୍ୟ ଆଲୋଚନା ଜାରି ରହିଛି । ବର୍ତ୍ତମାନ ଡାଇମଣ୍ଡ ସୁଇଟ୍ସର ମାଲିକ ଏହି ଅଭିଯାନରେ ଆମକୁ ସହଯୋଗ କରିଛନ୍ତି । ଏହି ଦୋକାନରେ ଏକ ସ୍ଲୋଗାନ ମଧ୍ୟ ଲେଖାଯାଇଛି ଯେଉଁଥିରେ କୁହାଯାଇଛି କି ୱେଷ୍ଟ ପ୍ଲାଷ୍ଟିକ୍ ଆଣ ଆଉ ଫ୍ରିରେ ମିଲ୍ ନିଅ । ଡାଇମଣ୍ଡ ସୁଇଟ୍ସର ମାଲିକ ପୂଜା ଶର୍ମାଙ୍କ ଅନୁସାରେ ଦୋକାନ ସକାଳଠୁ ନେଇ ରାତି ପର୍ଯ୍ୟନ୍ତ ଖୋଲା ରହିବ । ଯେଉଁ ଲୋକମାନେ ସକାଳ ସମୟରେ ପ୍ଲାଷ୍ଟିକ୍ ଆଣିବେ ସେମାନେ ବ୍ରେକଫାଷ୍ଟ ନେବେ । ଯେଉଁମାନେ ଦିନ ସମୟରେ ଆଣିବେ ଲଞ୍ଚ୍ ବା ମିଠା ଏବଂ ରାତିରେ ଆଣିଲେ ଡିନର ନେଇପାରିବେ । ୧ କିଲୋ ପ୍ଲାଷ୍ଟିକ୍ ଅଳିଆ ଆଣିଲେ ଅଧ କିଲୋ ମିଠା ଏବଂ ୫ କିଲୋ ପ୍ଲାଷ୍ଟିକ୍ ଆଣିଲେ ୧ କିଲୋ ମିଠା ଦେବାର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.