Below header

ଏହି ମଡ଼େଲଙ୍କୁ ଫଲୋ କରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ, ସେ କିଏ ଜାଣନ୍ତୁ

ଶପଥ ନେବା ପରେ ପରେ ହିଁ ଜୋ ବାଇଡେନଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ମିଳିଛି । ଯେଉଁଥିରେ ସେ ୧୩
ଜଣଙ୍କୁ ଫଲୋ କରୁଛନ୍ତି । ଏହି ଲିଷ୍ଟରେ ଜୋଙ୍କ ପତ୍ନୀ ଜିଲ ବାଇଡେନ, କମଳା ହାରିସଙ୍କ ସମେତ ହ୍ୱାଇଟ ହାଉସର କେତେକ ଅଧିକାରୀ ଅଛନ୍ତି । ଏହା ସହ ଏହି ତାଲିକାରେ ଆମେରିକାର ଜଣେ ମଡେଲ ବି ଅଛନ୍ତି । କ୍ରିସୀ ଟିଗେନ ନାମକ ଏହି ମଡେଲ ବାଇଡେନଙ୍କୁ ତାଙ୍କୁ ଫଲୋ କରିବାକୁ ଅନୁରୋଧ କରିଛନ୍ତି । ଆଉ ବାଇଡେନ ବି ତାଙ୍କ ଅନୁରୋଧ ସ୍ୱୀକାର କରିଛନ୍ତି । ଏହା ପରେ କ୍ରିସୀ ଆଉ ତାଙ୍କ ଫଲୋଅର୍ଶ ଖୁବ ଉତ୍ସାହିତ ଥିବା ଜଣାଯାଇଛି । ଆଉ ଟ୍ୱିଟରରେ ଲଗାତାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । କହିରଖିବା ଉଚିତ ହେବକି, ୩୫ ବର୍ଷୀୟ କ୍ରିସୀ ଟ୍ରମ୍ପଙ୍କ ନୀତିର ଜଣେ କଡା ସମାଲୋଚକ ଥିଲେ । ୨୦୧୭ରେ ଏବାବଦରେ ଏକ ବିବାଦୀୟ ମନ୍ତବ୍ୟ ବି ଦେଇଥିଲେ ।

ଯାହା ପରେ ଟ୍ରମ୍ପ ତାଙ୍କୁ ବ୍ଲକ କରିଦେଇଥିଲେ । ଏହା ପରେ ୨୦୧୯ ରେ ବାଇଡେନଙ୍କ ପ୍ରଚାର ସମୟରେ କ୍ରିସ ଆଉ ତାଙ୍କ ପରିବାର ବାଇଡେନଙ୍କୁ ସପୋର୍ଟ କରିଥିଲେ । ଆମେରିକା ସ୍ଥିତ କ୍ୟାପିଟାଲ ହିଲ ହିଂସାକାଣ୍ଡ ପରେ ତତକାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ନିଲମ୍ବନ କରାଯାଇଥିଲା । ଏମିତିକି ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି । କହିରଖୁଛୁକି, ବିଶ୍ୱବ୍ୟାପି ଟ୍ରମ୍ପଙ୍କର ୮.୮
କୋଟିରୁ ଅଧିକ ଫଲୋଅର୍ଶ ଅଛନ୍ତି । ସେପଟେ ଶପଥ ନେବା ପରେ ବାଇଡ଼େନଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ପୋଟସ ଆସିଯାଇଛି । ଯେଉଁଥିରେ ୫.୬ ମିଲିୟନ ଫଲୋଅର୍ଶ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.