ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୫୦ ଜଣ କରୋନା ଆକ୍ରାନ୍ତ, ଗଲା ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୫୦ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୮୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ହଜାର ୪୩୦କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୩୦ହଜାର ୯୬୨। ଆକ୍ଟିଭ କେସ୍‌ ରହିଛି ୧ହଜାର ୩୮୦।

ସେହିପରି ଆଜି କରୋନାରେ ଜଣଙ୍କର ଜୀବନ ଯାଇଥିବା ନେଇ ସୂଚନା ମିଳିଛି । ମୃତକ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲାର ଜଣେ ୭୪ ବର୍ଷିୟା ମହିଳା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.