ହିନ୍ଦୁ ଦେବାଦେବୀଙ୍କ ଅପମାନ କରିଥିବା ଲୋକର ଜିଭ କାଟିଦିଅ, ୧ କୋଟି ମିଳିବ: କରଣୀ ସେନା

ଆମାଜନ ପ୍ରାଇମର ୱେବ ସିରିଜ ତାଣ୍ଡବର ମେକର୍ସ ନିକଟରେ କ୍ଷମା ମାଗିଛନ୍ତି କିନ୍ତୁ ବିବାଦ ଥମିବାର ନାଁ ନେଉନି। ଦେଶର ଅନେକ ଭାଗରେ ଲୋକମାନେ ସିରିଜର ନିର୍ମାତା- ନିର୍ଦ୍ଦେଶକଙ୍କ ସମେତ ଅଭିନୟ କରିଥିବା ସମସ୍ତ ଷ୍ଟାରର୍ସଙ୍କୁ ବିରୋଧ ପ୍ରଦର୍ଶନ କରୁଛନ୍ତି । ସିରିଜରେ ଜଡିତ ସମସ୍ତଙ୍କ ବିରୁଦ୍ଧରେ ଅନେକ ମାମଲା ମଧ୍ୟ ରୁଜୁ କରାଯାଇଛି । ଯିଏ ବି ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଛି ସେମାନଙ୍କ ଜିଭ କାଟିବା ବ୍ୟକ୍ତିକୁ ଏକ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ମହାରାଷ୍ଟ୍ର କରଣୀ ସେନା ଘୋଷଣା କରିଛି।

ମହାରାଷ୍ଟ୍ର କରଣୀ ସେନାର ଚିଫ୍ ଅଜୟ ସେଙ୍ଗର ତାଣ୍ଡବ ସିରିଜକୁ ନେଇ ଆପତ୍ତି ଜଣାଇଛନ୍ତି।ସେ କହିଛନ୍ତି ଯେ ‘ଯିଏ ବି ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଛି ଯଦି କିଏ ତା ଜିଭି କାଟିପାରିବ ତାକୁ ଆମେ ଏକ କୋଟି ଟଙ୍କା ପୁରସ୍କାର ଦେବୁ ।’ ଅଲ୍ଲୀ ଅବ୍ବାସ ଜଫରଙ୍କ ସିରିଜ ବିରୁଦ୍ଧରେ ଲଗାତର ବିବାଦ ବଢୁଛି । ସେଙ୍ଗର ଆଗକୁ ମଧ୍ୟ କହିଛନ୍ତି କି ଯଦିଓ ତାଣ୍ଡବ ନିର୍ମାତା କ୍ଷମା ମାଗିଛନ୍ତି କିନ୍ତୁ ଏହା ଯଥେଷ୍ଟ ନୁହେଁ, ଏବଂ ଏହାକୁ ସ୍ୱୀକାର କରାଯିବନି ।

karni sena

ଅନ୍ୟପଟେ ଜୟପୁରରେ କରଣୀ ସେନାର ଲୋକମାନେ ଭିନ୍ନ ଉପାୟରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ଯ, ପୂର୍ବରୁ ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଆମାଜନ ପ୍ରାଇମର ଅରିଜିନାଲ୍ କଣ୍ଟେଣ୍ଟର ଇଣ୍ଡିଆ ହେଡ୍ ଅର୍ପଣା ପୁରୋହିତ, ଫିଲ୍ମ ମେକର ଅଲ୍ଲୀ ଅବ୍ବାସ ଜଫର, ଶୋର ନିର୍ମାତା ହିମାଂଶୁ କୃଷ୍ଣ ମେହେରା, ଲେଖକ ଗୌରବ ସୋଲଙ୍କି ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.