ସୂର୍ଯ୍ଯଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଭୁଲରେ କରନ୍ତୁ ନାହିଁ ଏହିସବୁ କାମ

ରବିବାର ଭଗବାନ ସୂର୍ଯ୍ଯଙ୍କ ଦିନ ବୋଲି କୁହାଯାଏ। ଏହି ଦିନ ଲୋକ ଭଗବାନ ସୂର୍ଯ୍ଯଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ କରନ୍ତି। କୁହାଯାଏ କି, ରବିବାର ଦିନ ଯିଏ, ଶ୍ରଦ୍ଧାର ସହିତ ସୂର୍ଯ୍ଯଦେବଙ୍କ ଉପାସନା କରିବ, ତା’ର ସମସ୍ତ ଦୁଃଖ ଦୂର ହେବ। ରହିବାର ଦିନ ସୂର୍ଯ୍ଯଦେବଙ୍କ ନାମରେ ବ୍ରତ ରଖିବାର ମଧ୍ୟ ବିଶେଷ ମହତ୍ତ୍ବ ରହିଛି। ଧାର୍ମିକ ମାନ୍ଯତା ଅନୁସାରେ, ରବିବାର ଦିନ ସୂର୍ଯ୍ଯଦେବଙ୍କ ନାମରେ ବ୍ରତ ରଖିବା ଦ୍ବାରା ବ୍ରତୀର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।

ଏମିତି କିଛି କାମ ରହିଛି, ଯାହାକୁ ଆପଣ ରବିବାର ଦିନ ମଧ୍ୟ ଭୁଲରେ କରିବା ଉଚିତ ନୁହେଁ। ରବିବାର ଦିନ ଛୁଟିଦିନ ହୋଇଥିବାରୁ ଅଧିକାଶଂ ଲୋକେ ବିଭିନ୍ନ ଜିନିଷ ଘରକୁ କିଣି ଆଣନ୍ତି। ଆଉ କେତେକ କାମ ରହିଛି, ଯାହାକୁ ରବିବାର ଦିନ ମଧ୍ୟ କରିବାକୁ ମନା କରାଯାଇଛି।

ରବିବାର ଦିନ ଏହିସବୁ କାମ କରନ୍ତୁ ନାହିଁ:

ରବିବାର ଦିନ ଲୁହା ଜିନିଷ, ଫଣ୍ଣିର୍ଚର, ହାର୍ଡୱେୟାର ଜିନିଷ କିଣିବା ଅଶୁଭ ହୋଇଥାଏ।

ମାନ୍ଯତା ଅନୁସାରେ, ରବିବାର ଦିନ ତମ୍ବା ଜିନିଷ ବିକିବା ଉଚିତ ନୁହେଁ। ତମ୍ବା ଜିନିଷ ବିକିବା ଦ୍ବାରା ସୂର୍ଯ୍ଯଦେବଙ୍କ କୃପା ବନ୍ଦ ହୋଇଯାଏ।

ଏହିଦିନରେ କଳା, ନୀଳ, ଗ୍ରେ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ନୁହେଁ। ରବିବାର ଦିନ ପତ୍ନୀଙ୍କ ସହିତ ସହବାସ କରିବା ମଧ୍ୟ ମନା।

salt

ରବିବାର ଲୁଣ ନ ଖାଇବା ଭଲ। ଲୁଣ ଖାଇଲେ ଆପଣଙ୍କ ହେଉଥିବା କାମ ମଧ୍ୟ ବିଗିଡିଯାଏ। ସୂର୍ଯ୍ଯାସ୍ତ ପରେ ବିଲକୁଲ ଲୁଣ ଖାଇବା ଉଚିତ ନୁହେଁ।

ଏହାଛଡା ରବିବାର ଦିନ ମାଂସ, ମଦ୍ଯପାନ କରିବା ଉଚିତ ନୁହେଁ। ନଚେତ ସୂର୍ଯ୍ଯଦେବ କ୍ରୋଧିତ ହେବେ। ଏହାସହିତ ଏହିଦିନ ଦାଢି, କେଶ କାଟିବା ଉଚିତ ନୁହେଁ। ଏମିତି କଲେ ସୂର୍ଯ୍ଯ ଦୁର୍ବଳ ହୋଇଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.