Below header

ମାଲକାନଗିରି ମାଡକାମୀଗୁଡାରେ ଦୁଇଟି ବାଇକ୍ ପୋଡି ଦେଲେ ଦୁର୍ବୃତ୍ତ, କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ତାହା ଏଯାଏ ଅସ୍ପଷ୍ଟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମାଡକାମୀଗୁଡାରେ ଦୁଇଟି ବାଇକ୍ ପୋଡି ଦେଲେ ଦୁର୍ବୃତ୍ତ । ଗତକାଲି ରାତିରେ ପରିବାର ଲୋକ ଶୋଇଥିବା ବେଳେ ଦୁଇଟି ବାଇକକୁ କେହି ଦୁର୍ବୃତ୍ତ ପୋଡି ଦେଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଗୋପି ବାରିକ ଏବଂ ଜଳନ୍ଧର ବାରିକ ନାମକ ଦୁଇ ବ୍ଯକ୍ତିଙ୍କ ବାଇକକୁ ପୋଡ଼ିଦିଆଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ସେପଟେ ଏହି ଘଟଣାକୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି। କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.