Below header

ବିଜୁ ସେତୁ ଦୂର କରିବ ବୟାଙ୍ଗବାସୀଙ୍କ ଦୁଃଖ, ତିହିଡିକୁ ଯୋଡି ହୋଇଯିବ ଆରଡି ବାବା ଆଖଣ୍ଡଳମଣୀଙ୍କ ପୀଠ

ଚାନ୍ଦବାଲି: ବର୍ଷ ବର୍ଷର ଦାବି ପୂରଣ ହେବ ବୟାଙ୍ଗବାସୀଙ୍କର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକର ଗୋବିନ୍ଦପୁର ଓ ଚାନ୍ଦବାଲି ବ୍ଲକର ନାନ୍ଦପୁର ପଂଚାୟତ ମଧ୍ୟ ଭାଗରେ ବୋହି ଯାଇଥିବା ଗେଙ୍ଗୁଟି ନଦୀରେ ନିର୍ମାଣ ହେବ ବିଜୁ ସେତୁ । ସେତୁ ସମେତ ଆପ୍ରୋଚ ରୋଡ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ଦଶ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେତୁ କାର୍ଯ୍ଯ ଆରମ୍ଭ ପୂର୍ବରୁ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ପ୍ରମୁଖ ଯୋଗ ଦେଇ ଭୂମି ପୂଜନ କରିଛନ୍ତି ।

ଏହି ବୟାଙ୍ଗ ଅଂଚଳର ବିଶେଷ କରି ବିଦ୍ୟୁତ, ପାନୀୟ ଜଳ ଯୋଗାଣ ଓ ରାସ୍ତା ଘାଟର ସୁବିଧା କରିବା ସହିତ ଏକ ବିକଷିତ ଅଞ୍ଚଳ କରିବା ଲାଗି ଉଦ୍ୟମ ଜାରି ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ସେତୁ ନିର୍ମାଣ ହେବାପରେ ତିହିଡି ବ୍ଲକ ଓ ଚାନ୍ଦବାଲି ବ୍ଲକର ୨୦ରୁ ଉର୍ଦ୍ଧ ପଂଚାୟତବାସୀ ଉପକୃତ ହେବେ । ତାହାସହ ତିହିଡି ଓ ପ୍ରାହାଠାରେ ସିଧାସଳଖ ଆରଡିର ଆଖଣ୍ଡଳମଣୀଙ୍କ ପୀଠକୁ କମ ସମୟ ଭିତରେ ପହଞ୍ଚି ପାରିବେ ।

chandbaliସବୁଠୁ ବଡ କଥା ହେଉଛି ଏହି ସେତୁର ଆପ୍ରୋଚ ରୋଡ ପାଇଁ ସରକାରୀ ରାସ୍ତା ନଥିବା ବେଳେ ସ୍ଥାନୀୟ ଲୋକ ଜମି ଦାନ କରିଛନ୍ତି ଯାହା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ସାଜିଛି । ସରପଂଚ ମାନସ ରଞ୍ଜନ ସାହୁଙ୍କ ଶିଳାନ୍ୟାସ ଉତ୍ସବରେ ଏହି ଅତିଥିମାନେ ଯୋଗଦେଇ ଆଗାମି ଦିନରେ ଅଧିକ ଉନ୍ନୟନ ମୂଳକ ଯୋଜନା ପ୍ରଣୟନ କରାଯିବ ବୋଲି କହିଥିଲେ । ଜିଲ୍ଲା ଗ୍ରାମ ଊନ୍ନୟନ ସଂସ୍ଥା ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଗାପ୍ରସାଦ କରଣ ଯୋଗଦେଇ ସେତୁ ନିର୍ମାଣ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଲାଗି ପ୍ରତିଶୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.