ଅଟୋ ଚଲାଉଥିଲେ ସିରାଜଙ୍କ ବାପା, ଏବେ ଘର ସାମ୍ନାରେ ପୁଅ ଛିଡାକଲା BMW କାର୍

ଆଜିଙ୍କ୍ୟ ରହାଣେଙ୍କ ନେତୃତ୍ବରେ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଐତିହାସିକ ଟେଷ୍ଟ ସିରିଜ୍ ଜିତିପାରିଛି। ଟିମରେ ଅନୁଭବୀ ଖେଳାଳିଙ୍କ ଅନୁପସ୍ଥିତିରେ ଭାରତର ଯୁବ ଟିମ୍ ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିଲେ। ଓ୍ବାଶିଂଟନ୍ ସୁନ୍ଦର, ଟି ନଟରାଜନ, ମହମ୍ମଦ ସିରାଜ ଅଷ୍ଟ୍ରେଲିଆରେ ଭାରତକୁ ବିଜୟୀ କରିଥିଲେ। ସିରାଜଙ୍କ ପାଇଁ ଏହି ଗସ୍ତ ଖୁବ୍ ସ୍ମରଣୀୟ ଓ ଖାସ୍ ରହିଛି। ଟେଷ୍ଟ ଟିମରେ ଖେଳିବା ପୂର୍ବରୁ ତାଙ୍କ ବାପାଙ୍କର ପରଲୋକ ହୋଇଥିଲା। ଏହାପରେ ମଧ୍ୟ ସେ ଘରକୁ ନଫେରି ଟିମ୍ ସହିତ ରହି ବାପାଙ୍କ ସ୍ବପ୍ନକୁ ପୂରଣ କରିଥିଲେ। ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରି ଘରକୁ ଫେରି ସିରାଜ ଏକ BMW କାର କିଣିଛନ୍ତି।

ସିରାଜ ନିଜକୁ ଏକ BMW କାର ଗିଫ୍ଟ କରିଛନ୍ତି। ସେ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହା ସେୟାର କରିଛନ୍ତି। ସିରାଜ ନୂଆ ଗାଡିର ଏକ ଭିଡିଓ ନିଜର ସୋସିଆଲ ମିଡିଆର ଆକାଉଣ୍ଟରେ ସେୟାର କରିଛନ୍ତି। ସିରାଜଙ୍କ ବାପା କେବେ ଅଟୋ ଚଳାଉଥିଲେ ଓ ଆଉ ଏବେ ତାଙ୍କ ପୁଅ ଘର ବାହାରେ ବିଏମଡବ୍ଲୁ କାର ଆଣି ଠିଆ କରାଇବାରେ ସଫଳ ହୋଇଛନ୍ତି। ତେବେ ଏହି ଖୁସିର ମୁହୂର୍ତ୍ତକୁ ଦେଖିବାକୁ ଆଜି ତାଙ୍କର ବାପା ସାଙ୍ଗରେ ନାହାନ୍ତି।

siraj
photo credit: india today

ସିରାଜ ହାଇଦ୍ରାବାଦର ଏକ ଖୁବ୍ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ବାପା ଜଣେ ଅଟୋ ଡ୍ରାଇଭର ଥିଲେ। ଆର୍ଥିକ ସ୍ଥିତି ଖରାପ ଥିଲେ ମଧ୍ୟ ସିରାଜଙ୍କୁ କେବେ କୌଣସି ଜିନିଷରେ ଅଭାବ ରଖିନଥିଲେ ତାଙ୍କ ବାପା। ସେ ସିରାଜଙ୍କୁ ଭଲରୁ ଭଲ ସ୍ପାଇକ୍ସ ଆଣି ଦେଇଥିଲେ। ଦିନସାରା କ୍ରିକେଟ ପ୍ରାକ୍ଟିସ୍ କରାଉଥିଲେ। ଏପରିକି ରାତିରେ ମଧ୍ୟ ପ୍ରାକ୍ଟିସ୍ ପାଇଁ ଯାଉଥିଲେ। ଅଧିକ ପ୍ରାକ୍ଟିସ୍ କାରଣରୁ ତାଙ୍କ ମା’ ସିରାଜଙ୍କୁ ବହୁବାର ପିଟିଥିଲେ ମଧ୍ୟ, କିନ୍ତୁ ତାଙ୍କର ଏହି ଜିଦ୍ ଆଇପିଏଲ ପର୍ଯ୍ୟନ୍ତ ନେଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.