WhatsApp ବ୍ୟବହାର କରିବା ସମୟରେ ମୋବାଇଲ ଡାଟା ବଞ୍ଚେଇବାକୁ ଚାହୁଁଛନ୍ତିକି, ତେବେ ଫଲୋ କରନ୍ତୁ ଏହି ଟ୍ରିକ୍ସ

ଆପଣ ଇନ୍ଷ୍ଟଣ୍ଟ ମେସେଜିଙ୍ଗ ଆପ WhatsApp ବ୍ୟବହାର କରୁଛନ୍ତି ଆଉ ଚାହୁଁଛନ୍ତିକି ଏସମୟରେ ଆପଣଙ୍କ ମୋବାଇଲ ଡାଟା ଅଧିକ ଖର୍ଚ୍ଚ ନ ହେଉ | ତେବେ ଆପଣଙ୍କ ପାଇଁ ଏମିତି ଏକ ଟ୍ରିକ ନେଇ ଆସିଛୁ ଯାହାକୁ ଫଲୋ କଲେ ଆପଣ ନିଜ ଡାଟା ବଞ୍ଚାଇ ପାରିବେ । ଆଉ ଯାହାଦ୍ୱାରା ଗ୍ରାହକଙ୍କ data ବ୍ୟବହାରକୁ କମ କରାଯାଇ ପାରିବ ।

ଆପଣଙ୍କ ଜରିଆରେ ଅନେକ ଲୋକ ଭଏସ କିମ୍ବା ଭିଡିଓ କଲ ସୁବିଧା ବ୍ୟବହାର କରିଥାନ୍ତି । କଣ ଆପଣ ଜାଣନ୍ତିକି କଲ କରିବା ସମୟରେ ଆପଣ କଥା ହେବା ସହ ନିଜ ମୋବାଇଲ ଡାଟା ବଞ୍ଚାଇ ପାରିବେ । କିନ୍ତୁ ଆଗ ଭଳି କଲ କ୍ୱାଲିଟି ରହିବ ନାହିଁ ।

କେମିତି କରିବେ ଜାଣନ୍ତୁ:

1. ସବୁଠୁ ଆଗ WhatsApp ସେଟିଙ୍ଗ ଅପସନକୁ ଯାଆନ୍ତୁ ।

2. ସେଟିଙ୍ଗକୁ ଯିବା ପରେ ଆପଣଙ୍କୁ ଷ୍ଟୋରେଜ ଆଣ୍ଡ ଡାଟା ବିକଳ୍ପ ମିଳିପାରିବ ।

3. ମିଡିୟା ଅଟୋ ଡାଉନଲୋଡ଼ ଅପସନ ଉପରେ ଆପଣଙ୍କୁ ୟୁଜ ଲେସ ଡାଟା ଫର କଲ ବିକଳ୍ପ ମିଳିପାରିବ ।

ଏହି ଫିଚରକୁ ଏନେବଲ କରି ଦିଅନ୍ତୁ ।

4. ଯେମିତି ହିଁ ଆପଣ ମୋବାଇଲ ଡାଟା ଅପସନ ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଚାରିଟି ଅପସନ ନଜର ଆସିବ । ସେଗୁଡିକ ହେଉଛି ଫଟୋ, ଅଡିଓ, ଭିଡିଓ ଓ ଡକ୍ୟୁମେଣ୍ଟ । ଏହା ଭିତରୁ ଯେଉଁ ବି ଅପସନକୁ ଆପଣ ଡ଼ିଜାବଲ କରିବାକୁ ଚାହୁଁଛନ୍ତି ତା ଉପରେ କ୍ଲିକ କରନ୍ତୁ ।

5.କିନ୍ତୁ ସତର୍କତା ପୂର୍ବକ ଆପଣଙ୍କୁ ଫଟୋ, ଭିଡିଓ ଓ ଅନ୍ୟ ଜରୁରୀ ତଥ୍ୟ ଗୁଡିକୁ ବ୍ୟାକଅପରେ ରଖିବାକୁ ହେବ । ଯଦି ଚାହିଁବେ ନିଜ ଦରକାର ମୁତାବକ ଏହି ଫିଚରକୁ ଡ଼ିଜାବଲ କରି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.