Below header

ଦୀର୍ଘ ୧୫ ବର୍ଷ ଧରି ପଲିଥିନ୍‌ ଛାତ ତଳେ ରହୁଛି ଏହି ପରିବାର, ନଜର ପଡୁନି କାହାର

ମୁଣ୍ଡ ଉପରେ ତିନି ତିନିଟି ପିଲାଙ୍କ ଦାୟିତ୍ଵ । ସେଥିପାଇଁ ଘର ଚଳାଇବାକୁ ଦାଦନ ଖଟି ଯାଇଛନ୍ତି ସ୍ଵାମୀ । ରହିବାକୁ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ବି ନାହିଁ । ପଲିଥିନ ତଳେ ବିତୁଛି ନିତି ଦିନିଆ ଜୀବନ । ପଦ୍ମପୁର ସଦର ମହକୁମା ଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ବରିକେଲ ଗାଁ। ଏହି ଗାଁରେ ଯଜ୍ଞ ସା’ଙ୍କ ପରିବାର ଦୀର୍ଘ ୧୫ ବର୍ଷ ହେଲା ରହି ଆସୁଛନ୍ତି ଏମିତି ପଲିଥିନ୍‌ ଆଶ୍ରାରେ ।

ପଦ୍ମପୁର : ଏ ଘରକୁ ଟିକିଏ ଦେଖନ୍ତୁ କିଭଳି ଭଙ୍ଗା ଦଦରା କାନ୍ଥରୁ ଖସୁଛି ଖଣ୍ଡ ଖଣ୍ଡ ଇଟା । ମୁଣ୍ଡ ଉପରେ ଛାତ ବଦଳରେ ପଡ଼ିଛି ପାଲ । ସେ ପୁଣି କଣା ହୋଇ ଚିରି ଯାଇଛି । ସେହି ବାଟ ଦେଇ ଖରା ବର୍ଷା ଶୀତ କାକର ସିଧା ଆସି ମୁହଁ ଉପରେ ପଡ଼ୁଛି । ହେଲେ ତଥାପି ସାହାରା ଏଇ ଜରିପାଲ ଖଣ୍ଡିକ ।

ମୁଣ୍ଡ ଉପରେ ତିନି ତିନିଟି ପିଲାଙ୍କ ଦାୟିତ୍ଵ । ସେଥିପାଇଁ ଘର ଚଳାଇବାକୁ ଦାଦନ ଖଟି ଯାଇଛନ୍ତି ସ୍ଵାମୀ । ରହିବାକୁ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ବି ନାହିଁ । ପଲିଥିନ ତଳେ ବିତୁଛି ନିତି ଦିନିଆ ଜୀବନ । ପଦ୍ମପୁର ସଦର ମହକୁମା ଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ବରିକେଲ ଗାଁ। ଏହି ଗାଁରେ ଯଜ୍ଞ ସା’ଙ୍କ ପରିବାର ଦୀର୍ଘ ୧୫ ବର୍ଷ ହେଲା ରହି ଆସୁଛନ୍ତି ଏମିତି ପଲିଥିନ୍‌ ଆଶ୍ରାରେ । ହେଲେ ଏ ଅସହାୟଙ୍କ ଉପରେ ପଡୁ ନାହିଁ ପ୍ରଶାସନର ନଜର । ଏହି ଭଙ୍ଗା ଦଦରା କାନ୍ଥ ଉପରେ ପଲିଥିନ ଦେଇ ପୂରା ପରିବାର ବିପଦ ସଂକୁଳ ଅବସ୍ଥାରେ ରହୁଥିବା ବେଳେ ବର୍ଷା ଦିନରେ ଆଖପାଖ ଘର ବାରଣ୍ଡାରେ ଶୋଇ ଯାଆନ୍ତି । ଘର ଚଳାଇବା ପାଇଁ ଆର୍ଥିକ ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଛନ୍ତି ସ୍ଵାମୀ । ଏଇ ଗୋଟିଏ ବଖରା ଭଙ୍ଗା କାନ୍ଥ ଭିତରେ ପାଲ ଏବଂ ନଡା ଦେଇ ରୋଷେଇ ଖାଇବା ଶୋଇବା ସବୁ କିଛି ସେଇଠି । ତେବେ ଘର ଖଣ୍ଡେ ପାଇଁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଆଜିଯାଏଁ କୌଣସି ସହାୟତା ମିଳି ପାରିନି ଏହି ଅସହାୟ ପରିବାରକୁ । ଶେଷରେ ଦୈବର ଇଚ୍ଛା ଭାବି ଆଶାହୀନ ହୋଇ ଯାଇଛି ପୂରା ପରିବାର । ଗତ ମାସରେ ରାଜ୍ୟପାଳଙ୍କ ପଦ୍ମପୁରକୁ ଗସ୍ତ ସମୟରେ ଘର ଖଣ୍ଡେ ପାଇଁ ଫେରାଦ ହୋଇଥିଲେ ଗାଁ ଲୋକେ ।

ଏନେଇ ରାଜ୍ୟପାଳ ବରଗଡ ଜିଲ୍ଲାପାଳ ଏବଂ ରାଜବୋଡାସମ୍ୱର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ସମସ୍ୟାର ଶୀଘ୍ର ସମାଧାନ ସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦେଇଥିଲେ ନିର୍ଦ୍ଦେଶ । ହେଲେ କାମ କି କଥା ଆଉ ଆଗେଇ ନାହିଁ । ଏନେଇ ରାଜବୋଡାସମ୍ୱର ଗୋଷ୍ଠି ଉନ୍ନୟନ ଅଧିକାରୀ କହିଛନ୍ତି ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂତନ ଘର ତାଲିକାରେ ତାଙ୍କୁ ଅଗ୍ରାଧିକାର ଦିଆଯିବ। ଯେହେତୁ ଯଜ୍ଞ ସା’ ଙ୍କ ନାଁ ରେ କୌଣସି ଜାଗା ନାହିଁ ତେଣୁ ତହସିଲଦାରଙ୍କ ସହ ଆଲୋଚନା କରି ବସୁନ୍ଧରା ଯୋଜନା ଅନ୍ତର୍ଗତ ଜମି ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.