ତାମିଲନାଡ଼ୁ: ଜଲିକଟ୍ଟୁ ଉତ୍ସବ ବେଳେ ଦୁର୍ଘଟଣା, ଷଣ୍ଢ ଆକ୍ରମଣରେ ନାବାଳକଙ୍କ ସମେତ ୨ ମୃତ

ତାମିଲନାଡ଼ୁରେ ଜଲିକଟ୍ଟୁ ଉତ୍ସବ ବେଳେ ଘଟିଛି ବଡ଼ ଦୁର୍ଘଟଣା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡ଼ୁର ଶିବଗଙ୍ଗା ଜିଲ୍ଲାରେ ଏହି ଘଟଣା ଘଟିଛି । ଉତ୍ସବ ଚାଲିଥିବା ବେଳେ ଏଠାରେ ଷଣ୍ଢ ଆକ୍ରମଣରେ ଜଣେ ନାବାଳକଙ୍କ ସମେତ ଦୁଇ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି ।

ତାମିଲନାଡ଼ୁରେ ଜଲିକଟ୍ଟୁ ଉତ୍ସବ ବେଳେ ଘଟିଛି ବଡ଼ ଦୁର୍ଘଟଣା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡ଼ୁର ଶିବଗଙ୍ଗା ଜିଲ୍ଲାରେ ଏହି ଘଟଣା ଘଟିଛି । ଉତ୍ସବ ଚାଲିଥିବା ବେଳେ ଏଠାରେ ଷଣ୍ଢ ଆକ୍ରମଣରେ ଜଣେ ନାବାଳକଙ୍କ ସମେତ ଦୁଇ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି ।

ଷଣ୍ଢମାନଙ୍କୁ କାବୁ କରିବା ପାଇଁ ସେମାନେ ଖେଳ ଦେଖୁଥିବା ଦର୍ଶକଙ୍କ ମଧ୍ୟରେ ଥିଲେ । ହେଲେ ଏହି ସମୟରେ ଷଣ୍ଢ ସେମାନଙ୍କୁ ଧକ୍କା ଦେଇଥିଲା, ଯେଉଁଥିରେ ଉଭୟ ଗୁରୁତର ଆହତ ହୋଇଥିଲେ । ସେଠାରୁ ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲା, ହେଲେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

ଜଲିକଟ୍ଟୁ ଉତ୍ସବ ବେଳେ ଏହି ଦୁର୍ଘଟଣା ପ୍ରଥମ ନୁହେଁ । ମଙ୍ଗଳବାର ମଧ୍ୟ ରାଜ୍ୟର ପଲାମେଡୁରେ ଜଲିକଟ୍ଟୁ ଚାଲିଥିବା ବେଳେ ୧୪ ପଶୁ ଟ୍ରେନର, ୧୬ ଦର୍ଶକଙ୍କ ସମେତ ୪୦ ଜଣ ଲୋକ ଆହତ ହୋଇଥିଲେ । ସେହିପରି ଅବନିୟାପୁରମରେ ଜଲିକଟ୍ଟୁ ବେଳେ ୨ ପୋଲିସ କର୍ମୀଙ୍କ ସମେତ ୪୫ ଜଣ ଆହତ ହୋଇଥିଲେ ।

ସୂଚନାଯୋଗ୍ୟ, ୨୦୦୬ ମସିହାରେ ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ପରେ ଜଲିକଟ୍ଟୁ ଉପରେ ପ୍ରଥମ ଥର ପ୍ରତିବନ୍ଧକ ଲଗାଯାଇଥିଲା । ୨୦୧୪ରେ ସୁପ୍ରିମ୍‌କୋର୍ଟ ପଶୁ କ୍ରୁରତା ଆଧାରରେ ଏହି ଖେଳ ଉପରେ ରୋକ୍‌ ଲଗାଇଥିଲେ । କିନ୍ତୁ ବିରୋଧ ପରେ ତାମିଲନାଡ଼ୁ ସରକାର ୨୦୧୭ରେ ଆସ୍ଥାୟୀ ରୂପେ ପ୍ରତିବନ୍ଧକ ହଟାଇ ଦେଇଥିଲେ । ଏହାପରେ ସରକାର ଖେଳକୁ ନିୟନ୍ତ୍ରଣ କରୁଥିବା ଆଇନରେ ସଂଶୋଧନ କରିଥିଲେ । କିନ୍ତୁ ପଶୁ ଅଧିକାର ସଙ୍ଗଠନ ସୁପ୍ରିମ୍‌କୋର୍ଟରେ ଏହି ଆଇନକୁ ଚ୍ୟାଲେଞ୍ଜ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.