Below header

ଜରିପାଲରେ କଟୁଛି ଏମାନଙ୍କ ଜୀବନ, କେବେ ଶୁଣିବେ ପ୍ରଶାସନ

କିଛି ଜଣଙ୍କର ଘର ଭାଙ୍ଗିଲା ଆଉ କିଛି ଜଣଙ୍କ ଘରକୁ ହାତ ନମାରି ଚାଲିଗଲା ପ୍ରଶାସନ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧନସ୍ଥ ଓଳଗ ପଂଚାୟତର ଷାଠିବାଙ୍କୁଡା ଗାଁରୁ । ଘର ଭାଙ୍ଗିଥିବା ପରିବାର ଭିତରୁ କିଛି ପରିବାର ଭୂମି ହୀନ ହୋଇଥିବାରୁ ସେମାନେ ଶୀତ କାକରେ ଜରିପାଲ ତଳେ ବିତାଉଛନ୍ତି ଜୀବନ ।

ଚାନ୍ଦବାଲି (କେନ୍ୟୁଜ) : ଜରିପାଲରେ କଟୁଛି ଏମାନଙ୍କ ଜୀବନ । ଜବରଦଖଲ ଉଛେଦରେ ପାତର ଅନ୍ତର ଅଭିଯୋଗ । ସମସ୍ତ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ନୋଟିସ ହେଲା । ହେଲେ କିଛି ଜଣଙ୍କର ଘର ଭାଙ୍ଗିଲା ଆଉ କିଛି ଜଣଙ୍କ ଘରକୁ ହାତ ନମାରି ଚାଲିଗଲା ପ୍ରଶାସନ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧନସ୍ଥ ଓଳଗ ପଂଚାୟତର ଷାଠିବାଙ୍କୁଡା ଗାଁରୁ । ଘର ଭାଙ୍ଗିଥିବା ପରିବାର ଭିତରୁ କିଛି ପରିବାର ଭୂମି ହୀନ ହୋଇଥିବାରୁ ସେମାନେ ଶୀତ କାକରେ ଜରିପାଲ ତଳେ ବିତାଉଛନ୍ତି ଜୀବନ । ପ୍ରଶାସନ ଦୃଷ୍ଟି ଦେବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି କ୍ଷତିଗ୍ରସ୍ତ ପରିବାର ।

ନିଜର ଜାଗା ନଥିବାରୁ ବଷ ର୍ବର୍ଷ ଧରି ସରକାରୀ ଜାଗାରେ ଘର କରି ରହୁଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାରୀ ଜାଗାରୁ ଘର ଭାଙ୍ଗିଛି ପ୍ରଶାସନ । ଘର ଭାଙ୍ଗିବା ପରେ ଏବେ ନିଜ ପିଲା ଛୁଆଙ୍କୁ ଧରି ଶୀତ , କାକକରେ ଜରି ପାଲ ତଳେ ଜୀବନ ବିତାଉଛନ୍ତି କିଛି ଭୂମିହିନ ପରିବାର । ଘର ଭାଙ୍ଗିବା ପୂର୍ବରୁ ତାଙ୍କୁ ଥଇଥାନ କରିବାକୁ ଭୂଲିଗଲା ପ୍ରଶାସନ । ଏମିତି ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ ଓଳଗ ପଂଚାୟତର ଷାଠିବାଙ୍କୁଡା ଗ୍ରାମର କିଛି ହରିଜନ ଶ୍ରେଣୀର କ୍ଷତିଗ୍ରସ୍ତ ପରିବାର । ଏ ହେଉଛନ୍ତି କ୍ଷତିଗ୍ରସ୍ତ ଅସହାୟ ମହିଳା ଯଶୋବତୀ ଜେନା । ଦୀର୍ଘ ପନ୍ଦର ବର୍ଷ ହେଲା ଅନାବାଦି ଜାଗାରେ ଘର କରି ପରିବାରକୁ ଧରି ରହୁଥିଲେ । ସେହିପରି ଏ ହେଉଛନ୍ତି କ୍ଷତିଗ୍ରସ୍ତ ମହିଳା ଦମୟନ୍ତି ଜେନା । ଏ ମଦ୍ୟ ଦୀର୍ଘ କୋଡିଏ ବର୍ଷ ହେଲା ସରକାରୀ ଜାଗାରେ ନିଜ ପିଲା ଛୁଆଙ୍କୁ ଧରି ଘର କରି ରହିଥିଲେ । ଯେଉଁ ସ୍ଥାନରେ ରହୁଥିଲେ ପାଉତି ମଧ୍ୟ କାଟି ଚାଲିଥିଲେ । ହେଲେ ପ୍ରଶାସନ ଏମାନଙ୍କୁ ଥଇଥାନ ନକରି ଏମାନଙ୍କ ବାସଗୃହ ଭାଙ୍ଗି ଦେଇଥିବା ଏମାନେ ଅଭିଯୋଗ କରିଛନ୍ତି । ଏମାନେ ସମସ୍ତେ ଭୂମିହୀନ ହୋଇଥିବାରୁ ସରକାରୀ ଜାଗାରେ ଘର କରି ଜୀବନ ବିତାଉଥିଲେ । ବର୍ତମାନ ଘର ଭାଙ୍ଗିବା ପରେ କିଏ ସେହି ସ୍ଥାନରେ ତ ପୁଣି କିଏ ଖେଳ ପଡିଆରେ ଜରି ପାଲ ଟାଣି ରହୁଛନ୍ତି । ତେଣୁ ପ୍ରଶାସନ ତୁରନ୍ତ ଭୂମିହୀନ ପରିବାରଙ୍କୁ ଚିହ୍ନଟ କରି ଥଇଥାନ କରିବାକୁ ଦାବି କରିଛନ୍ତି କ୍ଷତିଗ୍ରସ୍ତ ପରିବାର ।

ଷାଠିବାଙ୍କୁଡା ଗ୍ରାମର ୪୫୩ ଓ ୫୨୩ ନମ୍ୱର ଦୁଇ ଗୋଟି ପ୍ଲଟରେ ପାଖାପାଖି 24ଗୋଟି ପରିବାର ବେଆଇନ ଭାବେ ଅନାବାଦି ଜାଗାକୁ ଜବର ଦଖଲ କରି ରଖିଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁୟାୟୀ ଉକ୍ତ ପ୍ଲଟରୁ ଜବର ଦବଲ ଉଛେଦ କରାଯିବା ପାଇଁ ଗତ ୨୪ ତାରିଖ ଦିନ ଚାନ୍ଦବାଲି ତହସିଲ ତରଫରୁ ନୋଟିସ କରାଯାଇଥିଲା । ନୋଟିସ ମୁତାବକ ଗତ 30ତାରିଖ ଦିନ ମଦ୍ୟ ଉଛେଦ କରାଗଲା । ଯେଉଁ ଉଛେଦ କରାଗଲା ସେଥିରେ ପାତର ଅନ୍ତର କରାଯାଇଥିବା କ୍ଷତିଗ୍ରସ୍ତ ପରିବାର ଅଭିଯୋଗ କରିଛନ୍ତି । ଏହି ଦୁଇଟି ପ୍ଲଟରେ ଆହୁରି ଆଠ ରୁ ଦଶ ପରିବାର ଅଛନ୍ତି ଯାହାଙ୍କୁ ଉଛେଦ ପାଇଁ ନୋଟିସ କରାଯାଇଥିଲା ହେଲେ ତାଙ୍କ ଉଛେଦ କରାଗଲାନାହିଁ ବୋଲି ଅଭିଯୋଗ ହୋଇଛି । ସେହିପରି କିଛି ପରିବାରଙ୍କୁ ବିନା ନୋଟିସରେ ଜୋର ଜବରଦସ୍ତ ତାଙ୍କ ଘର ଭଙ୍ଗା ଯାଇଥିବା ମଦ୍ୟ ଅଭିଯୋଗ ହୋଇଛି । ତେବେ ଚାନ୍ଦବାଲି ତହସିଲ ପ୍ରଶାସନର ଏପରି ପାତର ଅନ୍ତର ନୀତିକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢିବାରେ ଲାଗିଛି । ଉଛେଦକୁ ସମସ୍ତେ ସ୍ଵାଗତ କରିଛନ୍ତି ହେଲେ ନୋଟିସ ପାଇଥିବା ସମସ୍ତ ଜବରଦଖଲ କାରୀଙ୍କୁ ଉଚଚ୍ଛଦ କରାଯାଉ ବୋଲି ଦାବି ହୋଇଛି । ଅନ୍ୟପଟେ ଏ ବାବଦରେ ଚାନ୍ଦବାଲି ତହସିଲଦାର କହିଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଛେଦ କରାଯାଇଛି , ତଦନ୍ତ କରାଯିବ ଯିଏ ପକୃତରେ ଭୂମିହୀନ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ । ପ୍ରଶାସନ ତୁରନ୍ତ ଭୂମିହୀନ ପରିବରଙ୍କୁ ଚିହ୍ନଟ କରି ଆଇନ ଅନୁସାରେ ସେମାନଙ୍କୁ ଜାଗା ଦେବାର ବ୍ୟବସ୍ଥା କରିବାକୁ କ୍ଷତିଗ୍ରସ୍ତ ପରିବାର ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.