ପରକୀୟା ପ୍ରୀତିରୁ ହତ୍ୟା, ୪ ବର୍ଷ ପରେ ବନ୍ଧା ହେଲା ହତ୍ୟାକାରୀ
୪ ବର୍ଷ ପରେ ବନ୍ଧା ହେଲା ହତ୍ୟାକାରୀ !। ପରକୀୟା ପ୍ରୀତିରୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ।

୪ ବର୍ଷ ପରେ ବନ୍ଧା ହେଲା ହତ୍ୟାକାରୀ !। ପରକୀୟା ପ୍ରୀତିରୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ୨୦୨୦ରେ ମୁନିଗୁଡା ତହସିଲ କାର୍ଯ୍ୟାଳୟର ଡ୍ରାଇଭର ଯୁବରାଜ ଚାନ୍ଦି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ହତ୍ୟାକାରୀ ବିଜୁ ସାମନ୍ତରାଏକୁ ଗିରଫ କରିଛି ଅଡବା ପୋଲିସ। ବିଜୁକୁ ପିପିଲି ଥାନା ବାଗେଶ୍ବରପୁରରୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି ।
ପୂର୍ବରୁ ଏହି ଘଟଣାରେ ମୃତ ଯୁବରାଜଙ୍କ ସ୍ତ୍ରୀ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ନିବେଦିତା ନାଏକ ଗିରଫ ହୋଇଥିଲେ। ଅନ୍ଯ ଦୁଇ ଅଭିଯୁକ୍ତ ସହଯୋଗୀ ସୁଜିତ ମହାପାତ୍ର ଏବଂ ପ୍ରମୋଦ ବେହେରାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଦୀର୍ଘ ଚାରିବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି l ନିବେଦିତା ପ୍ରେମିକ ବିଜୁ ଏବଂ ଦୁଇ ସହଯୋଗୀଙ୍କ ସହ ମିଶି ଯୁବରାଜଙ୍କୁ ହତ୍ୟା କରି ଅଡବା ଥାନା ସମ୍ମୁଖରେ ଫିଙ୍ଗିଦେଇଥିଲେ।