ତାମିଲ ସୁପରଷ୍ଟାର ଥାଲାପତି ବିଜୟ ରାଜନୀତିରେ କଲେ ପ୍ରବେଶ, ଗଢ଼ିଲେ ନିଜର ନୂଆ ଦଳ

ତାମିଲ ଫିଲ୍ମର ସୁପରଷ୍ଟାର ଥାଲାପତି ବିଜୟ ରାଜନୀତିରେ ପାଦ ଥାପିଛନ୍ତି । ଆକ୍ଟରଙ୍କର ରାଜନୀତିରେ ଦମ୍‌ଦାର ଏଣ୍ଟ୍ରି ହୋଇଛି । ଫିଲ୍ମରୁ ରାଜନୀତିର ଯାତ୍ରା ସେ ଆରମ୍ଭ କରିଛନ୍ତି ।

ତାମିଲ ଫିଲ୍ମର ସୁପରଷ୍ଟାର ଥାଲାପତି ବିଜୟ ରାଜନୀତିରେ ପାଦ ଥାପିଛନ୍ତି । ଆକ୍ଟରଙ୍କର ରାଜନୀତିରେ ଦମ୍‌ଦାର ଏଣ୍ଟ୍ରି ହୋଇଛି । ଫିଲ୍ମରୁ ରାଜନୀତିର ଯାତ୍ରା ସେ ଆରମ୍ଭ କରିଛନ୍ତି । ତେବେ ସୁପରଷ୍ଟାର କୌଣସି ରାଜନୈତିକ ଦଳରେ ଯୋଗ ଦେଇନାହାନ୍ତି, ବରଂ ସେ ନିଜର ଏକ ନୂଆ ଦଳ ଗଢ଼ିଛନ୍ତି । ରାଜନୀତିରେ ପ୍ରବେଶ କରିବା ପରେ ବିଜୟ ନିଜର ନୂଆ ଦଳର ନାମ ମଧ୍ୟ ଘୋଷଣା କରି ଦେଇଛନ୍ତି ।

ତାଙ୍କର ଏହି ନୂଆ ଦଳର ନାମ ‘ତାମିଲ ଭେଟ୍ରି କଷଗମ୍‌’ । ଦଳ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ଅଭିନେତାଙ୍କର ଦଳ ଭାଗ ନେବନାହିଁ । ୨୦୨୬ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ଦଳର ମୁଖ୍ୟ ଲକ୍ଷ୍ୟ ରହିଛି । ଏପରି କି, ଚଳିତ ବର୍ଷ ନିର୍ବାଚନରେ ଦଳ କୌଣସି ବି ପାର୍ଟିକୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ।

ତାମିଲନାଡ଼ୁରେ ସୁପରଷ୍ଟାର ଥାଲାପତି ବିଜୟଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ ଜବରଦସ୍ତ ରହିଛି । ରଜନୀକାନ୍ତ ଓ କମଲ ହାସନଙ୍କ ପରେ ତାଙ୍କର ହିଁ ସବୁଠାର ଅଧିକ ପ୍ରଶଂସକ ଅଛନ୍ତି । ତେବେ ଏହି ଅଭିନେତା କିଛି ଦିନ ପୂର୍ବେ ରାଜନୀତିରେ ଆସିବାର ସଙ୍କେତ ଦେଇଥିଲେ । ନିଜର ଫ୍ୟାନ୍ସ କ୍ଲବଙ୍କ ଜରିଆରେ ସେ ତାମିଲନାଡ଼ୁରେ ବିଗତ ଅନେକ ଦିନରୁ ସକ୍ରିୟ ଭାବରେ ସମାଜସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.