Below header

ବିଶିଷ୍ଟ ସିନେ ଅଭିନେତା ଓ ନିର୍ଦ୍ଦେଶକ ସାଧୁ ମେହେରଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଆଉ ନାହାନ୍ତି ବିଶିଷ୍ଟ ସିନେ ଅଭିନେତା ଓ ନିର୍ଦ୍ଦେଶକ ସାଧୁ ମେହେର । ୮୪ ବର୍ଷ ବୟସରେ ମୁମ୍ବାଇ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ।

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ସିନେ ଅଭିନେତା ଓ ନିର୍ଦ୍ଦେଶକ ସାଧୁ ମେହେର । ୮୪ ବର୍ଷ ବୟସରେ ମୁମ୍ବାଇ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡ଼ିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ବ ଥିଲେ ସାଧୁ ମେହେର । ଉଭୟ ହିନ୍ଦି ଓ ଓଡ଼ିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି । ସେ ଏକାଧାରାରେ ଥିଲେ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ । ଫିଲ୍ମ ଅଙ୍କୁରରେ ସର୍ବଶ୍ରେଷ୍ଠ ଅଭିନୟ ପାଇଁ ୧୯୭୪ରେ ସାଧୁ ମେହେର ପାଇଥିଲେ ଜାତୀୟ ପୁରସ୍କାର ।

ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡ଼ିଆ ଅଭିନେତା । ତାଙ୍କୁ ଜୟଦେବ ସମ୍ମାନରେ ସମ୍ମାନିତ କରିଥିଲେ ଓଡ଼ିଶା ସରକାର। ୨୦୧୭ରେ ସାଧୁ ମେହେରଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମଶ୍ରୀ ସମ୍ମାନ । ଓଡ଼ିଶାର ସୋନପୁର ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ । ପୁଣେ ସ୍ଥିତ ଫିଲ୍ମ ଇନଷ୍ଟିଚ୍ୟୁଟରେ ପାଠ ପଢ଼ି ଗୋଲଡ ମେଡାଲ୍ ପାଇଥିଲେ । ପ୍ରଥମେ ହିନ୍ଦି ଫିଲ୍ମରୁ ଆରମ୍ଭ କରିଥିଲେ କ୍ୟାରିୟର। ୧୯୬୯ରେ ରିଲିଜ ହୋଇଥିବା ମୃଣାଳ ସେନଙ୍କ ହିନ୍ଦି ଫିଲ୍ମ ଭୁବନେ ସୋମ ଥିଲା ସାଧୁ ମେହେରଙ୍କ ପ୍ରଥମ ଫିଲ୍ମ ।

ସେ ନିଶାନ୍ତ, ମନ୍ଥନ, ଇନକାର, ସଫେଦ ହାତୀ, ଅଭିମାନ, ମୃଗୟା, ବାଲିଘର, ଶୀତ ରାତି, ସମ୍ବଲପୁରୀ ଫିଲ୍ମ ଭୁଖା ଓ ୧୫ଟି ଭାଷାରେ ନିର୍ମିତ ଜୟ ଜଗନ୍ନାଥ ଭଳି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଖ୍ୟାତି ଅର୍ଜନ କରିଥିଲେ । ଅଭିମାନ, ଅପରାଜିତା, ଅଭିଳାଷ ଆଦି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ସାଧୁ ମେହେର । ତାଙ୍କ ବିୟୋଗ ସହ ଓଡ଼ିଆ ସିନେ ଦୁନିଆ ଆଉ ଜଣେ ମହାନ ବ୍ୟକ୍ତିତ୍ବଙ୍କୁ ହରାଇଛି । ଓଡ଼ିଶା ସିନେ ଓ କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ଜୟଦେବ ସମ୍ମାନରେ ସମ୍ମାନିତ କରିଥିଲେ ଓଡ଼ିଶା ସରକାର।

ଅଭିନେତା ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ହେଲା ବୋଲି କହିଛନ୍ତି । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଜୟଦେବ ସମ୍ମାନରେ ସମ୍ମାନିତ କରିଥିଲେ ଓଡ଼ିଶା ସରକାର। ପରଲୋକ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଅଭିନେତା ମେହେରଙ୍କ ବିୟୋଗରେ ଭାରତ ଜଣେ ସ୍ୱାଭିମାନୀ କଳାକାରଙ୍କୁ ହରାଇଲା ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.