୧.୪୮ ଲକ୍ଷରେ ବିକ୍ରି ହେଲା ୨୮୫ ବର୍ଷ ତଳର ପୁରୁଣା ଲେମ୍ବୁ, ଉପରେ ଲେଖା ହୋଇଥିଲା ଏହି ସୁନ୍ଦର ବାର୍ତ୍ତା

ସାଧାରଣତଃ ଫ୍ରିଜ୍‌ରେ ଲେମ୍ବୁଟିଏ ରଖିଦେଲେ, ଅଧିକରୁ ଅଧିକ ଏହା ୧୫ କିମ୍ବା ୨୦ ଦିନ ଭିତରେ ଶୁଖିକି ନ ହେଲେ ସଢ଼ିକି ନଷ୍ଟ ହୋଇଯାଏ । କିନ୍ତୁ ଆପଣ ଏ କଥା ଆଦୌ ବିଶ୍ୱାସ କରିପାରିବେ ନାହିଁ ଯେ କୌଣସି ଲେମ୍ବୁ ୨୮୫ ବର୍ଷ ପର୍ଯ୍ୟନ୍ତ ଏକଦମ୍‌ ସୁରକ୍ଷିତ ଅବସ୍ଥାରେ ରହିଛି ।

ସାଧାରଣତଃ ଫ୍ରିଜ୍‌ରେ ଲେମ୍ବୁଟିଏ ରଖିଦେଲେ, ଅଧିକରୁ ଅଧିକ ଏହା ୧୫ କିମ୍ବା ୨୦ ଦିନ ଭିତରେ ଶୁଖିକି ନ ହେଲେ ସଢ଼ିକି ନଷ୍ଟ ହୋଇଯାଏ । କିନ୍ତୁ ଆପଣ ଏ କଥା ଆଦୌ ବିଶ୍ୱାସ କରିପାରିବେ ନାହିଁ ଯେ କୌଣସି ଲେମ୍ବୁ ୨୮୫ ବର୍ଷ ପର୍ଯ୍ୟନ୍ତ ଏକଦମ୍‌ ସୁରକ୍ଷିତ ଅବସ୍ଥାରେ ରହିଛି । ନିକଟରେ ଇଂଲଣ୍ଡରେ ଏହି ଲେମ୍ବୁ ୧୯୦୦ ଶତାବ୍ଦୀର ଏକ ଆଲମିରାରୁ ମିଳିଛି, ଯାହାକୁ ନିଲାମୀ ପାଇଁ ଅଣାଯାଇଥିଲା ।

ଶ୍ରୋପ୍‌ଶାୟରରେ Brettells Auctioneers କହିଛନ୍ତି ଯେ ଏକ ପରିବାର ୧୯ ଶହ ଶତାବ୍ଦୀର ଏକ ଆଲମିରାକୁ ନିଲାମୀ ପାଇଁ ଆଣିଥିଲେ । ସେମାନେ ଏହି ଆଲମିରା ତାଙ୍କର ଜଣେ ଦିବଂଗତ ଜେଜେମା’ଙ୍କର ଥିଲା ବୋଲି କହିଥିଲେ । ଏମିତିରେ ଜଣେ ବିଶେଷଜ୍ଞ ବିକ୍ରି ପାଇଁ ରଖାଯାଇଥିବା ଆଲମିରାର ଫଟୋ ଉଠାଉଥିବା ବେଳେ ଏକ ଡ୍ରୟାର ପଛପଟୁ ଏହି ଲେମ୍ବୁ ମିଳିଥିଲା ।

ଲେମ୍ବୁ ଉପରେ ଏକ ମେସେଜ୍‌ ମଧ୍ୟ ଲେଖା ହୋଇଥିଲା । ତାହା ହେଲା, ‘ମିଷ୍ଟର ପି ଲୁ ଫ୍ରାଞ୍ଚିନିଙ୍କ ଦ୍ୱାରା ୧୭୩୯ ନଭେମ୍ବର ୪ରେ ମିସ୍‌ ଇ ବକ୍ସଟରଙ୍କୁ ଦିଆଯାଇଥିଲା’ । ତେବେ ଏହି ମେସେଜ୍‌ରୁ ଲେମ୍ବୁଟି କେତେ ବର୍ଷ ପୁରୁଣା, ତାହା ଜଣାପଡ଼ିଛି ।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଲେମ୍ବୁ ମୋଟ ୧.୪୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଆଲମିରା ମାତ୍ର ୩,୩୧୯ ଟଙ୍କାରେ ବିକ୍ରି ହୋଇଛି । ଲେମ୍ବୁ ଉପରେ ଲେଖା ହୋଇଥିବା ମେସେଜ୍‌ରୁ ଅନୁମାନ କରାଯାଉଛି, ଏହା ଏକ ଲଭ୍‌ ଟୋକନ (ପ୍ରେମ ପ୍ରତୀକ) ଥିଲା, ଯାହାକୁ କୋଲୋନିୟଲ ଇଣ୍ଡିଆରୁ ଇଂଲଣ୍ଡ ଅଣାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.