Below header

ଏମିତି ବାପା ମା କାହାରିକୁ ନମିଳନ୍ତୁ: ରୋଗ ହେଲା ବୋଲି ପୁଅକୁ ଘରୁ ତଡିଦେଲେ 

ନିଜ ଜନ୍ମ କଲା ପୁଅ କଥା ଭାବିଲେନି ନିଷ୍ଠୁର ବାପା ମା। ସମ୍ପର୍କର ଚରମ ସୀମାରେ ପହଁଚିଲା ସ୍ୱାର୍ଥପରତା। ସତରେ ଏମିତି ବାପା ମା କାହାରିକୁ ନମିଳନ୍ତୁ ।

ସମ୍ବଲପୁର (କେନ୍ୟୁଜ୍): ପ୍ରତିଟି ସନ୍ତାନଙ୍କ ଜୀବନରେ ମା ବାପାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଜର ସନ୍ତାନ ଜୀବନରେ ବହୁତ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି ମା ବାପାଙ୍କର । ଯଦି ସନ୍ତାନକୁ କେହି ଅଧିକ ଭଲ ପାଇବା ଦେଇଥାଏ ସେ ହେଉଛି ତାକୁ ଜନ୍ମ କରିଥିବା ବାପା ମା। ତେବେ ଆଜି ର ଏଇ ଘଯଣା ଟିକେ ଭିନ୍ନ । ଯାହା ଜାଣିବା ପରେ ଆପଣଙ୍କ ଆଖିରୁ ବି ଲୁହ ଝରିପଡିବ ।

ନିଜ ଜନ୍ମ କଲା ପୁଅ କଥା ଭାବିଲେନି ନିଷ୍ଠୁର ବାପା ମା। ସମ୍ପର୍କର ଚରମ ସୀମାରେ ପହଁଚିଲା ସ୍ୱାର୍ଥପରତା। ସତରେ ଏମିତି ବାପା ମା କାହାରିକୁ ନମିଳନ୍ତୁ । ୧୮ ବର୍ଷିୟ ବାଳକ, ନା ତ୍ରୀଲୋଚନ ମାଝି । ଯିଏକି ବୁର୍ଲା ଭୀମସାର ଭିତରେ ୱାର୍ଡ ଭିତରେ ଏପଟ ସେପଟ ହୋଇ ବୁଲୁଛନ୍ତି । କାରଣ ଜାଣିଲେ ଆପଣଙ୍କ ବି ହୋସ ଉଡିଯିବ। ଏକ ଭୟଙ୍କର ରୋଗ ହେଲା ବୋଲି କୁଆଡେ ତ୍ରୀଲୋଚନକୁ ଘରୁ ତଡିଦେଇଛନ୍ତି ନିଷ୍ଠୁର ବାପା ମା।

ତ୍ରୀଲୋଚନଙ୍କ କହିବା ଅନୁସାରେ ପାଞ୍ଚ ବର୍ଷ ଆଗରୁ ତାଙ୍କୁ ଫାଇଲେରିଆ ହୋଇଥିଲା । ଧୀରେ ଧିରେ ତାଙ୍କ ଅବସ୍ଥା ଶୋଚନୀୟ ହେବାକୁ ଲାଗିଲା । ଗୁପ୍ତାଙ୍ଗର ଏମିତି ଅବସ୍ଥା ହୋଇଗଲା ଯେ ନିଜ ବାପା ମା ଘୃଣା କରି ତାଙ୍କୁ ଘରୁ ତଡି ଦେଇଛନ୍ତି । ପ୍ରାଥମିକ ପଯ୍ୟାୟରେ ବୁର୍ଲା ଭିମସାରରେ ଭର୍ତୀ ହୋଇଛନ୍ତି କିନ୍ତୁ ପାଖରେ କେହି ନାହାନ୍ତି । ଭଗବାନଙ୍କୁ ଭରଷା କରି ଏକୁଟିଆ ଜୀବନ ସଂଗ୍ରାମରେ ଲଢେଇ କରୁଛନ୍ତି ତ୍ରୀଲୋଚନ । ଡାକ୍ତରଙ୍କ କହିବା ଅନୁସାରେ ପ୍ଲାଷ୍ଟିକ ସର୍ଜରୀ କରାଯାଇ ଏହା ଠିକ କରାଯାଇପାରିବ କିନ୍ତୁ ସମୟ ଓ ଧଯ୍ୟ ଆବଶ୍ୟକ।

ସତରେ ଏହି ପରିବର୍ତ୍ତନଶୀଳ ଦୁନିଆରେ ସବୁକିଛି ସମ୍ଭବ। ଏଠାରେ ସ୍ୱାର୍ଥ ଆଗ ବାକି ସବୁ ପଛ । ରୋଗ ହେଲା ବୋଲି କଣ ନିଜ ଜନ୍ମ କଲା ପିଲାଟିକୁ କୋଉ ବାପା ମା ଏଭଳି ପର କରି ଦବାଟା ଠିକ୍? ତେବେ ଏଇ ଘଟଣାରେ ବାଳକଟିର ବାପା ମାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏପଟେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏଘଟଣାଟିକୁ ଗୁରୁତ୍ୱର ସହ ନେଇ ପିଲାଟିକୁ ଉଚିତ୍ ନ୍ୟାୟ ଦେବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.