Below header

୫ ବର୍ଷର ଶିଶୁକନ୍ୟାକୁ କଚାଡି ମାରିବା ଅଭିଯୋଗରେ ଅଭିଯୁକ୍ତ ବାପାକୁ ଆଜୀବନ ଜେଲ୍‌

ପିଶାଚ ବାପାକୁ ଆଜୀବନ ଜେଲ୍‌ । ୫ ବର୍ଷର ଶିଶୁକନ୍ୟାକୁ କଚାଡି ମାରିବା ଅଭିଯୋଗରେ ଅଭିଯୁକ୍ତ ବାପାକୁ ଆଜୀବନ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ।

ପିଶାଚ ବାପାକୁ ଆଜୀବନ ଜେଲ୍‌ । ୫ ବର୍ଷର ଶିଶୁକନ୍ୟାକୁ କଚାଡି ମାରିବା ଅଭିଯୋଗରେ ଅଭିଯୁକ୍ତ ବାପାକୁ ଆଜୀବନ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଏଡିଜେ ଏହି ରାୟ ଶୁଣାଇଛନ୍ତି ।

ଗତ ୨୦୨୨ ମସିହା ଅଗଷ୍ଟ ୧ତାରିଖରେ କଣ୍ଟାମାଳ ନାରାୟାଣପ୍ରସାଦ ଛକରେ ଶ୍ୟାମ ସୁନ୍ଦର ଖଟୁଆ ନିଜ ୫ ବର୍ଷୀୟ ଝିଅକୁ କଚାଡି ହତ୍ୟା କରିଥିଲେ । ପତ୍ନୀଙ୍କ ଚିରତ୍ରକୁ ସନ୍ଦେହ କରିବା ସହ ଆରଭୀ ତାଙ୍କ ଔରଷରୁ ଜନ୍ମ ହୋଇନଥିବା ସନ୍ଦେହ କରୁଥିଲେ ଶ୍ୟାମ ସୁନ୍ଦର ।

ଗିରଫ ପରେ ଏଥିପାଁ ସେ ନିଜ ଝିଅକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା । ବର୍ତ୍ତମାନ ଅଭିଯୁକ୍ତ ବୌଦ୍ଧ ଜେଲରେ ଅଛନ୍ତି । ଏହି ଜଘନ୍ୟ ହତ୍ୟାକାଣ୍ଡର ବର୍ଷେ ଭିତରେ ଶୁଣାଣି କରି ଦଣ୍ଡାଦେଶ କରିବା ବୌଦ୍ଧ ଜିଲ୍ଲାରେ ପ୍ରଥମ ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.