ଗଞ୍ଜାମ : ଶ୍ୱଶୁରର ଗୁଳି ମାଡ଼ରେ ବୋହୂ ମୃତ

ସୋରଡ଼ା: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବାରଭଣିଆ ଗାଁରେ ଶନିବାର ଏକ ଅଘଟଣ ଘଟିଯାଇଛି । ପାରିବାରିକ ଘଟଣାକୁ କେନ୍ଦ୍ର କରି ବାପା-ପୁଅଙ୍କ ମଧ୍ୟରେ ବଚସା ହେବା ସହ ହାତାହାତି ମଧ୍ୟ ହୋଇଥିଲା । ଏପରି ସ୍ଥିତିରେ ହାତରେ ଥିବା ବନ୍ଧୁକରୁ ହଟାତ ଗୁଳି ଫୁଟିଥିଲା । ଏହି ଗୁଳିରେ ବୋହୂର ମୃତ୍ୟୁ ହୋଇଯାଇଛି । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବାରଭଣିଆ ଗାଁରେ । କହିରଖିବା ଉଚିତ ହେବକି ମୃତକ ମହିଳାଙ୍କ ନାଁ ରଶ୍ମିତା ମଲ୍ଲିକ । ଏହି ନିକଟରେ ହିଁ ରଶ୍ମିତାଙ୍କ ବାହାଘର ଗ୍ରାମର ମିଟୁ ମଲ୍ଲିକଙ୍କ ସହ ହୋଇଥିଲା । ତେବେ

ବାହାଘର ବେଳେ ବାକି ଥିବା ଟଙ୍କା କାରବାରକୁ ନେଇ ନେଇ ବାପା ପ୍ରଫୁଲ୍ଲ ମଲ୍ଲିକ ଓ ପୁଅ ମିଟୁଙ୍କ ମଧ୍ୟରେ ଗତକାଲି ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୁହେଁ ଘରେ ଥିବା ବନ୍ଧୁକ ଧରି ପରସ୍ପରକୁ ମାରିବାକୁ ଉଦ୍ୟମ କରିବା ବେଳେ ଅସାବଧାନତା ହେତୁରୁ ସେଥିରୁ ହଠାତ ଗୁଳି ଫୁଟିଥିଲା । ଏତିକିବେଳେ ବୋହୂ ରଶ୍ମିତା ମଝିକୁ ପଳାଇ ଆସିବାରୁ ଗୁଳି ତାଙ୍କ ମୁଣ୍ଡରେ ଯାଇ ବାଜିଥିଲା । ଘଟଣା ଘଟିବା ପରେ ବାପା-ପୁଅ ଫେରାର୍‌ ହୋଇଯାଇଛନ୍ତି । ସେପଟେ ରଶ୍ମିତା ଗର୍ଭବତୀ ଥିଲେ ବୋଲି ପରିବାର ଲୋକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.