Below header

ରାଜନଗରରେ ଚାଞ୍ଚଲ୍ୟ: ଘରୁ ଉଦ୍ଧାର ହେଲା ବାପା, ମା ଓ ପୁଅଙ୍କ ମୃତଦେହ

ଗୋଟିଏ ପରିବାରର ୩ ମୃତ। ଘର ଭିତରୁ ମା ଓ ପୁଅର ମୃତଦେହ ଉଦ୍ଧାର ହୋଇଛି । ଘର ଛାତରୁ ଝୁଲନ୍ତା ଅବସ୍ଥାରେ ବାପାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ ।

ରାଜନଗର (କେନ୍ୟୁଜ): ଗୋଟିଏ ପରିବାରର ୩ ମୃତ । ଘର ଭିତରୁ ମା ଓ ପୁଅର ମୃତଦେହ ଉଦ୍ଧାର ହୋଇଛି । ଘର ଛାତରୁ ଝୁଲନ୍ତା ଅବସ୍ଥାରେ ବାପାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ମୃତକ ହେଲେ ବାପା ସିଦ୍ଦାମ ମଣ୍ଡଳ, ମାଆ ଜୟନ୍ତୀ ଓ ପୁଅ ପରୀକ୍ଷିତ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଏମାନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି  ।

ଗ୍ରାମବାସୀ ବାପାର ମୃତ ଦେହ ବାହାରେ ଝୁଲନ୍ତା ଅବସ୍ଥାରେ ଦେଖିବା ମାତ୍ରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ୩ଜଣଙ୍କ ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଚାଲିଛି । ଏହାସହିତ ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ମଧ୍ୟ ନେଇଛି ପୋଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ପରେ ହିଁ ମୃତ୍ୟୁ ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.