ଫ୍ଲାଏଓଭରରେ ମର୍ମନ୍ତୁଦ ଦୁର୍ଘଟଣା, ୩ ମୃତ ଓ ୪ ଗୁରୁତର

ଦିଲ୍ଲୀର ବଦରପୁର ଫ୍ଲାଏଓଭରରେ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଟ୍ରକ ଏବଂ କାର ମଧ୍ୟରେ ଜୋରଦାର ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।

ଦିଲ୍ଲୀର ବଦରପୁର ଫ୍ଲାଏଓଭରରେ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଟ୍ରକ ଏବଂ କାର ମଧ୍ୟରେ ଜୋରଦାର ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ସେହିପରି ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ୩ ଜଣ ଗୋଟିଏ କଲୋନୀର ବୋଲି ଜଣାପଡିଛି । ସମସ୍ତେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଫରିଦାବାଦ ଯାଉଥିଲେ ।

ଖବର ମୁତାବକ, ବଦରପୁର ଥାନା ଅର୍ନ୍ତଗତ ଶନିବାର ରାତି ୧୨.୪୮ରେ ପିସିଆରକୁ ଏକ କଲ୍‌ ଆସିଥିଲା, ଯେଉଁଥିରେ ବଦରପୁର ଫ୍ଲାଏଓଭର ଟ୍ରକ ଏବଂ କାର ଧକ୍କା ହୋଇଥିଲା ବୋଲି ଖବର ମିଳିଥିଲା । ପୋଲିସ କଲ୍‌ ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଅଲ୍ଟୋ କାରରେ ଥିବା ସମସ୍ତ ୭ ଜଣ ଫରିଦାବାଦରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

କାରଟି ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇଥିଲା । ଫଳରେ ଅନ୍ୟପଟକୁ କାରଟି ଚାଲିଯାଇଥିଲା । ଆଉ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହିତ ଧକ୍କା ଖାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.