ଗୋଟିଏ ମଞ୍ଚରେ ଏକାଠି ହେଲେ ତିନି ଖାନ୍‌ ! ଅନନ୍ତ ଓ ରାଧିକାଙ୍କ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ଡ୍ୟାନ୍ସ କରୁଥିବାର ଆସିଲେ ନଜର, ଭାଇରାଲ ହେଉଛି ଭିଡିଓ

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ବଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ସମସ୍ତ ଷ୍ଟାର ସାମିଲ ହୋଇଛନ୍ତି । ତେବେ ଏହି ସେଲିବ୍ରେସନ୍‌ରେ ଶାହାରୁଖ ଖାନ, ସଲମାନ ଖାନ ଏବଂ ଆମୀର ଖାନ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ସେଲିବ୍ରେସନ୍‌ରେ ଏହି ତିନି ଜଣ ଷ୍ଟାରଙ୍କର ଜବରଦସ୍ତ ଷ୍ଟାଇଲ୍‌ ମଧ୍ୟ ଦେଖିବାକୁ ମିଳିଛି । ତେବେ ବଲିଉଡ ସେଲିବ୍ରେଟମାନଙ୍କ ଲୁକ ଇଣ୍ଟରନେଟ୍ ଜୋରସୋର ଭାଇରଲ ହେବାରରେ ଲାଗିଛି ।

ଜାମନଗରରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପାଇଁ ଆୟୋଜିତ ହୋଇଥିବା ପ୍ରି ୱେଡିଂ ସେଲିବ୍ରେସନ୍‌ର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ବଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ସମସ୍ତ ଷ୍ଟାର ସାମିଲ ହୋଇଛନ୍ତି । ତେବେ ଏହି ସେଲିବ୍ରେସନ୍‌ରେ ଶାହାରୁଖ ଖାନ, ସଲମାନ ଖାନ ଏବଂ ଆମୀର ଖାନ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ସେଲିବ୍ରେସନ୍‌ରେ ଏହି ତିନି ଜଣ ଷ୍ଟାରଙ୍କର ଜବରଦସ୍ତ ଷ୍ଟାଇଲ୍‌ ମଧ୍ୟ ଦେଖିବାକୁ ମିଳିଛି । ତେବେ ବଲିଉଡ ସେଲିବ୍ରେଟମାନଙ୍କ ଲୁକ ଇଣ୍ଟରନେଟ୍ ଜୋରସୋର ଭାଇରଲ ହେବାରରେ ଲାଗିଛି । ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଅନନ୍ତ ଓ ରାଧିକାଙ୍କ ପ୍ରି ୱେଡିଂ ସେଲିବ୍ରେସନ୍‌ ପାଇଁ ଗତ କାଲି ସନ୍ଧ୍ୟାରେ ଏକ ସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ଶାହାରୁଖ ଖାନ, ଆମୀର ଖାନ ଏବଂ ସଲମାନ ଖାନ ଏକାଠି ଏକ ଜବରଦସ୍ତ ଡ୍ୟାନ୍ସ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ manav.manglani ସେୟାର କରାଯାଇଛି ।

ବଲିଉଡ୍‌ ଇଣ୍ଡଷ୍ଟ୍ରୀର ଥ୍ରୀ ଖାନ, ଶାହାରୁଖ ଖାନ, ସଲମାନ ଖାନ ଏବଂ ଆମୀର ଖାନ ଅନେକ ବର୍ଷ ବର୍ଷ ପରେ ଏକାଠି ନଜର ଆସିଥିଲେ । ତେବେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି ୱେଡିଂ ସେଲିବ୍ରେସନ୍‌ର ଦ୍ୱିତୀୟ ଦିନରେ ବଲିଉଡର ଏହି ତିନି ଜଣ ସୁପରଷ୍ଟାର ସଂଗୀତ ସମାରୋହରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ତେବେ ଏହି ଭାଇରାଲ୍ ଭିଡିଓରେ ସେ RRR ଫିଲ୍ମର ନାଟୁ ନାଟୁ ସଙ୍ଗରେ ନାଚୁଥିବା ଦେଖିବାକୁ ମିଳିଛି । ଆପଣମାନେ ଏହି ଭିଡିଓରେ ଦେଖିପାରିବେ ଯେ କିପରି ଭାବେ କିଙ୍ଗ୍‌ ଖାନ, ଭାଇଜାନ୍‌ ଏବଂ ବଲିଉଡର ମିଷ୍ଟର ପରଫେକ୍ଟ ଆମୀର ଖାନ ଜବରଦସ୍ତ ଡ୍ୟାନ୍ସ କରିବା ସହିତ ବହୁତ ଏଞ୍ଜଏ ମଧ୍ୟ କରୁଛନ୍ତି ।

ତେବେ ଶାହାରୁଖ ଖାନ ଓ ଗୌରୀ ଖାନ ଠାରୁ ଆରମ୍ଭ କରି ରଣବୀର କପୁର ଓ ଆଲିଆ ଭଟ୍ଟ ପର୍ଯ୍ୟନ୍ତ ସମସ୍ତ ବଲିଉଡ ଷ୍ଟାରମାନେ ଜାମନଗରରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ଯୋଗ ଦେଇଥିଲେ । ସମାରୋହର ପ୍ରଥମ ଦିନରେ ପପ୍‌ ସିଙ୍ଗର ରିହାନା ସମସ୍ତ ଗେଷ୍ଟମାନଙ୍କୁ ତାଙ୍କ ସଙ୍ଗରେ ନଚାଇଥିଲେ । ଏହା ସହ ଦ୍ୱିତୀୟ ଦିନରେ ବଲିଉଡ ଷ୍ଟାରମାନେ ସଂଗୀତ ରାତିରେ ଗ୍ଲାମର ତଡକା ଲଗାଇଥିଲେ । ଏହି ପ୍ରି ୱେଡିଂ ସେଲିବ୍ରେସନ୍‌ରେ ଜାନଭୀ କପୁର, ଶିଖର ପହାଡିଆ, ସୋନମ କପୁର, ଆନନ୍ଦ ଅହୁଜା, ରିତିଶ ଏବଂ ଜେନେଲିଆ, ଟାଇଗର ଶ୍ରଫ, ଅର୍ଜୁନ କପୁର, ସୁହାନା ଖାନ, ନବ୍ୟା ନାଭେଲି ନନ୍ଦା, ସାରା ତେନ୍ଦୁଲକର, କରୀନା କପୁର ଖାନ, କରିସ୍ମା କପୁର, ରାନୀ ମୁଖାର୍ଜୀ , ନତାଶା ପୁନାୱାଲାଙ୍କ ସମେତ ଅନେକ ସେଲିବ୍ରେଟ୍ ଉପସ୍ଥିତ ଥିଲେ । ତେବେ ଏପରି ଭାବେ ଏହି ତିନି ଦିନିଆ କାର୍ଯ୍ୟକ୍ରମ ସେଲିବ୍ରେସନ୍‌ କରାଗଲା, ଯେଉଁଥିରେ ବଲିଉଡ୍‌ରୁ ଆରମ୍ଭ କରି ଓଲିଉଡର ସମସ୍ତ ଷ୍ଟାର ଏଞ୍ଜଏ କରୁଥିବାର ନଜର ଆସିଛନ୍ତି ।

 

View this post on Instagram

 

A post shared by Manav Manglani (@manav.manglani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.