Below header

ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ କୋହଳ ହୋଇପାରେ କଟକଣା, ସହରାଞ୍ଚଳରେ ରହିପାରେ ନାଇଟ୍‌ କର୍ଫ୍ୟୁ

କେନ୍ୟୁଜ୍(ବ୍ୟୁରୋ):କ’ଣ ହେବ ଫେବ୍ରୁଆରି ଗାଇଡଲାଇନ୍‌ ? ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ କୋହଳ ହୋଇପାରେ କଟକଣା । ସ୍କୁଲ, କଲେଜ ଖୋଲିବ କି ନାହିଁ ତାଉପରେ ରହିଛି ନଜର । ଫେବ୍ରୁଆରିରେ ପୂର୍ବଭଳି ସହରାଞ୍ଚଳରେ ବଳବତ୍ତର ରହିପାରେ ନାଇଟ୍‌ କର୍ଫ୍ୟୁ । କିନ୍ତୁ ନାଇଟ କର୍ଫ୍ୟୁ ସମୟସୀମା କମିପାରେ । ଏବେ ରାତି ୯ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ଲାଗିଛି । ଫେବ୍ରୁଆରିରେ ଅତି କମରେ ରାତି ୧୦ଟା ଯାଏ ମାର୍କେଟ ଖୋଲିବାକୁ ଅନୁମତି ମିଳିପାରେ । ଏବେ ବିବାହରେ ୧୦୦ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣଙ୍କୁ ସାମିଲ ଅନୁମତି ରହିଛି । ଫେବ୍ରୁଆରିରେ କଟକଣା ବଳବତ୍ତର ରହିବ ନାଁ କୋହଳ ହେବ ତା ଉପରେ ନଜର ରହିବ ।

ଜାନୁଆରୀରେ ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଛି । ସେହିପରି ରାଜନୈତିକ ସମାବେଶ, ସଭାସମିତି, ପଦଯାତ୍ରା ଉପରେ ଲାଗିଛି ପ୍ରତିବନ୍ଧକ । ମେଳା ଓ ବାଣିଜ୍ୟ ଉପରେ ରୋକ୍‌ ଲାଗିଛି । ୫୦ ପ୍ରତିଶତ କ୍ଷମତାରେ ଚାଲିଛି ସିନେମା ହଲ୍‌ । ଫେବ୍ରୁଆରି ଗାଇଡଲାଇନ୍‌ରେ ଏସବୁ କ୍ଷେତ୍ରରେ କଟକଣା କଣ ରହିବ । ଆଜି କିମ୍ବା ଆସନ୍ତାକାଲି କୋଭିଡ୍‌ ମୁକାବିଲା ନେଇ ଆସିବ ଫେବ୍ରୁଆରି ଗାଇଡଲାଇନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.