ଆହୁରି ୨୪ଘଣ୍ଟା ଥରିବ ଓଡିଶା, ୧୦ ଡିଗ୍ରୀ ସେଲସିୟସ ତଳେ ୧୦ ସହରର ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ମାସ ଶେଷରେ ଥରାଇଦେଲା। ହାଡ ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୨୪ଘଣ୍ଟା ଶୀତ ଲହରୀ ପରିସ୍ଥିତି ଲାଗିରହିବ। ୧୦ ଡିଗ୍ରୀ ସେଲସିୟସ ତଳେ ୧୦ ସହରର ରାତି ତାପମାତ୍ରା ରହିଛି । ପଶ୍ଚିମାଝଡ଼ ପ୍ରଭାବ କମିବା ସହ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ ଏବେ ରାଜ୍ୟର ବିିଭିନ୍ନ ସ୍ଥାନରେ ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇଛି ସର୍ବନିମ୍ନ ତାପମାତ୍ରା । ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏପଟେ ଆସନ୍ତାକାଲିଠୁ ବଢ଼ିବ ରାତି ତାପମାତ୍ରା । କମିବ ଶୀତ । ଆସନ୍ତା ୨ ଦିନ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ରହିଛି । ଏହାର ପରବର୍ତ୍ତୀ ତିନି ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆଗାମୀ ଦୁଇ ଦିନ ଯାଏ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ରାତ୍ରି ତାପମାତ୍ରା ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ସେଲସିୟସ କମ୍‌ ରହିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.