Below header

୧୦ମ ଓ ଦ୍ୱାଦଶରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ୩୫୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ କିଟ୍‌ ପକ୍ଷରୁ ସମ୍ବର୍ଦ୍ଧନା

୨୦୨୨ ଓ ୨୩ ଶିକ୍ଷାବର୍ଷର ୧୦ମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା କିଟ୍‌ ଶିକ୍ଷାନୁଷ୍ଠାନ ସମୂହ ଓ କିସରେ କାର୍ଯ୍ୟରତ କର୍ମଚାରୀଙ୍କ ୩୫୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ କିଟ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଭୁବନେଶ୍ୱର(କେନ୍ୟୁଜ୍): ୨୦୨୨ ଓ ୨୩ ଶିକ୍ଷାବର୍ଷର ୧୦ମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା କିଟ୍‌ ଶିକ୍ଷାନୁଷ୍ଠାନ ସମୂହ ଓ କିସରେ କାର୍ଯ୍ୟରତ କର୍ମଚାରୀଙ୍କ ୩୫୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ କିଟ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଉପକୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ତଥା କିଟ୍‌ କିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହି ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରତିଷ୍ଠାତା ଡ. ସାମନ୍ତ ସର୍ବଦା କିଟ୍‌ ଓ କିସ୍‌ ର କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସମୟରେ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପମାନ ଗ୍ରହଣ କରିଥାନ୍ତି । ସେଥିମଧ୍ୟରୁ କିଟ ଶିକ୍ଷାନୁଷ୍ଠାନ ସମୂହରେ କାର୍ଯ୍ୟରତ କର୍ମଚାରୀଙ୍କ ମେଧାବୀ ପିଲାଙ୍କୁ ଉତ୍ସାହିତ କରିବା ଅନ୍ୟତମ । ଏହି ପିଲାମାନେ ୧୦ମ ଓ ଦ୍ଵାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖ୍‌ ଉତ୍ତୀର୍ଣ୍ଣ ହୋଇଥିଲେ । ଅପରପକ୍ଷରେ ଏଭଳି ପଦକ୍ଷେପ ପାଇଁ କିଟ୍‌ ଓ କିସ୍‌ କର୍ମଚାରୀ ଓ ସପରିବାର ପ୍ରତିଷ୍ଠାତା ଡ. ସାମନ୍ତ ଓ କିଟ୍‌ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.