BHU ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ପ୍ରଫେସର ପଦବୀ ପାଇଁ କରନ୍ତୁ ଆବେଦନ

ବନାରସ ହିନ୍ଦୁ ୟୁନିଭରସିଟିରେ ଚାକିରି କରିବା ପାଇଁ ତୁରନ୍ତ କରନ୍ତୁ ଆବେଦନ । ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୨ ଲକ୍ଷରୁ ଅଧିକ ଦରମା ମିଳିବ ।

ବନାରସ ହିନ୍ଦୁ ୟୁନିଭରସିଟିରେ ଚାକିରି କରିବାକୁ ଇଚ୍ଛା ରଖିଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏଠାରେ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ନିଯୁକ୍ତି ଗ୍ରହଣ କରାଯାଉଛି । ଆପଣ ଯଦି ଇଚ୍ଛୁକ ତେବେ ତୁରନ୍ତ ଆବେଦନ କରନ୍ତୁ । ଏଥିପାଇଁ ଆପଣଙ୍କୁ ୟୁନିଭରିଟିର ଅଫିସିଆଲ ୱେବସାଇଟ bhu.ac.in କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୩ ରହିଛି ।

ପଦବୀ ବିବରଣୀ : ୩୦୭

ପ୍ରଫେସର: ୮୪
ଆସିଷ୍ଟାଣ୍ଟ ପ୍ରଫେସର : ୮୯
ଆସୋସିଏଟ ପ୍ରଫେସର : ୧୩୩

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁଲାଇ ୩୧ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି । ପ୍ରଫେସର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅତିକମରେ ପିଏଚଡି କରିବା ସହିତ ୧୦ ବର୍ଷର ରିସର୍ଚ୍ଚ ପେପର ପବ୍ଲିସ ହୋଇଥିବା ଜରୁରୀ । ଏହା ସହିତ ୧୦ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।

ସେହିପରି ଆସୋସିଏଟ ପ୍ରଫେସର ପାଇଁ ପିଏଚଡି ସହିତ ୮ ବର୍ଷର ଅଭିଜ୍ଞତା ଥିବା ଜରୁରୀ । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରନ୍ତୁ ।

ଚୟନ ପ୍ରକ୍ରିୟା : ବନାରସ ହିନ୍ଦୁ ୟୁନିଭରସିଟିରେ ଏହି ପଦବୀ ପାଇଁ ଚୟନ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ହେବ । ପ୍ରଥମେ ଲିଖିତ ପରୀକ୍ଷା, ଇଣ୍ଟରଭ୍ୟୁ ଏବଂ ଡକ୍ୟୁମେଣ୍ଟ ଭରିଫିକେସନ ଦ୍ୱାରା ହେବ ।

ଆବେଦନ ଶୁଳ୍କ : ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଜେନେରାଲ, EWS, ଓବିସି ପ୍ରାର୍ଥୀ ୧,୦୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD, ମହିଳା ଏବଂ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

ଦରମା : ପ୍ରଫେସର ପଦବୀ ପାଇଁ ୧,୪୪,୦୦୦ ଟଙ୍କାରୁ ୨,୧୮,୨୦୦ ମସକୁ ଦରମା ଦିଆଯିବ । ସେହିପରି ଆସୋସିଏଟ ପ୍ରଫେସର ୧,୩୧,୦୦୦ରୁ ୨,୧୭,୦୦୦ ଟଙ୍କା ଦରମା ମିଳିବ । ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ଚୟନିତ ପ୍ରାର୍ଥୀଙ୍କୁ ୫୭,୦୦୦ରୁ ୧,୮୨,୦୦୦ ଟଙ୍କା ମିଳିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.bhu.ac.in/Site/Page/1_3355_6219_Recruitment-and-Assessment-Cell-Teaching-Position

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.