Below header

ମହଙ୍ଗା ପଡିଲା ମିଛ ଅପହରଣ ନାଟକ, ବନ୍ଧା ହେଲେ ଫାଇନାନ୍ସ କର୍ମଚାରୀ

ଫାଇନାନ୍ସ ଏଜେଣ୍ଟ ସ୍ବାଗତ ସାମଲକୁ ଗିରଫ କଲା କେନ୍ଦ୍ରାପଡ଼ା ତନ୍ତିଆପାଳ ସାମୁଦ୍ରିକ ପୋଲିସ। ଟଙ୍କା ହଡପ ପାଇଁ ନିଜେ ନିଜର ଅପହରଣ କରିଥିଲେ ମହାକାଳପଡା ଫାଇନାନ୍ସ କମ୍ପାନୀ ଏଜେଣ୍ଟ । କମ୍ପାନୀର ୨ ଲକ୍ଷ ୬୫ ହଜାର ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ ସ୍ବାଗତ ସାମଲ।

ମହାକାଳପଡା(କେନ୍ୟୁଜ୍): ମହଙ୍ଗା ପଡିଲା ମିଛ ନାଟକ। ଫାଇନାନ୍ସ ଏଜେଣ୍ଟ ସ୍ବାଗତ ସାମଲକୁ ଗିରଫ କଲା କେନ୍ଦ୍ରାପଡ଼ା ତନ୍ତିଆପାଳ ସାମୁଦ୍ରିକ ପୋଲିସ। ଟଙ୍କା ହଡପ ପାଇଁ ନିଜେ ନିଜର ଅପହରଣ କରିଥିଲେ ମହାକାଳପଡା ଫାଇନାନ୍ସ କମ୍ପାନୀ ଏଜେଣ୍ଟ । କମ୍ପାନୀର ୨ ଲକ୍ଷ ୬୫ ହଜାର ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ ସ୍ବାଗତ ସାମଲ।

ବୁଧବାର କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ବାବର – ବିଡିହି ମୁଖ୍ଯ ରାସ୍ତାର ପୁର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରୁ ଭାରତ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ନିଖୋଜ ହୋଇଥିବା ନେଇ ଥାନାରେ ପରିବାର ଅଭିଯୋଗ ହୋଇଥିଲା । କଲେକ୍ସନ୍ ସାରି ସଂନ୍ଧା ବେଳେ ବାବର – ବଡିହି ରାସ୍ତାର ପୁର୍ତ ବିଭାଗ ଡାକବଙ୍ଗଳା ନିକଟରେ ନିଖୋଜ ସ୍ବାଗତଙ୍କ ବାଇକ ଥୁଆ ହୋଇଥିବା ସହ ବ୍ୟାଗ୍ ଓ ଚପଲ ଘଟଣା ସ୍ଥଳରେ ପଡିରହିଥିଲା ା ପୋଲିସ ସାଇଁଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ ସହାୟତାରେ ଅଭିଯୁକ୍ତ ସ୍ବାଗତକୁ ନିଜ ଗାଁ ନିକଟରୁ ଉଦ୍ଧାର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.