ପେଡିକ୍ୟୁଅର୍‌ କରିବା ପାଇଁ ଏବେ ଯିବାକୁ ପଡିବନି ପାର୍ଲର, ଆପଣାନ୍ତୁ ଏହି ଘରୋଇ ଉପଚାର

ଏହା ସମ୍ଭବ ନୁହେଁ ଯେ ଆମେ ସବୁ ବେଳେ ପାର୍ଲରରେ ଯାଇ ପେଡିକ୍ୟୁଅର୍‌ରେ ଅଧିକ ଟଙ୍କା ଖର୍ଚ୍ଚ କରିବା । ତେବେ ଏପରି ପରିସ୍ଥିତିରେ ଆପଣ ଘରେ ବସି ମଧ୍ୟ ପାଦକୁ ସୁନ୍ଦର କରିପାରିବେ ।

ବର୍ତ୍ତମାନ ଲୋକମାନେ ଘରୁ ବାହାରକୁ ଯିବା ସମୟରେ ପ୍ରଥମେ ମୁହଁକୁ ସୁନ୍ଦର ଭାବେ ସଜାଇ ଥାନ୍ତି। ହେଲେ ପାଦକୁ ଏତେ ମାତ୍ରାରେ ଧ୍ୟାନ ଦିଅନ୍ତି ନାହିଁ । ସେଥିପାଇଁ ମୁହଁ ତ ବହୁତ ସୁନ୍ଦର ଦେଖାଯାଏ, ହେଲେ ବେଳେ ବେଳେ ପାଦ ଦେଖିବା ପରେ ଆମକୁ ଲାଗିଥାଏ ଯେ ପେଡିକ୍ୟୁଅର୍‌ କରିବା ବହୁତ ଜରୁରୀ । କାରଣ ବାହାରର ଧୂଳି ପାଦରେ ଲାଗି ହିଲ୍‌ରେ ଫାଟ ସୃଷ୍ଟି କରିଥାଏ । ଏହା ବ୍ୟତୀତ ପାଦ ରଫ୍‌ ହୋଇଯାଏ । ସେଥିପାଇଁ ଆମ ପାଦକୁ ମଏଶ୍ଚରାଇଜିଂ ମସାଜ ଦେବା ଉଚିତ ।

ଏହା ସମ୍ଭବ ନୁହେଁ ଯେ ଆମେ ସବୁବେଳେ ପାର୍ଲରରେ ଯାଇ ପେଡିକ୍ୟୁଅର୍‌ରେ ଅଧିକ ଟଙ୍କା ଖର୍ଚ୍ଚ କରିବା । ତେବେ ଏପରି ପରିସ୍ଥିତିରେ ଆପଣ ଘରେ ବସି ମଧ୍ୟ ପାଦକୁ ସୁନ୍ଦର କରିପାରିବେ । ସେଥିପାଇଁ ଆମେ ଆପଣମାନଙ୍କୁ ଆଜି ଜଣାଇବୁ ଯେ ପାର୍ଲର ନ ଯାଇ କିପରି ଘରୋଇ ଉପାୟରେ ନିଜ ପାଦକୁ ସୁନ୍ଦର ରଖିବେ ।

ଘରେ ପେଡିକ୍ୟୁଅର୍‌ କରିବା ପାଇଁ ଆପଣଙ୍କୁ ବହୁତ କମ୍‌ ଜିନିଷର ଦରକାର ହୋଇଥାଏ । ଯେପରି ପୁମିସ୍‌ ଷ୍ଟୋନ୍‌ରେ ହିଲ୍‌ ସ୍କ୍ରବ୍‌ କରିବେ । ଏହା ବ୍ୟତୀତ ବେକିଂ ପାଉଡର, ଆପଲ୍‌ ସାଇଡର ଭିନେଗାର, ନେଲ୍‌ କଟର, ଓଟସ୍‌, କଫି ସ୍କ୍ରବ୍‌, ଗରମ ପାଣି, ନଡିଆ ତେଲ ଏବଂ ମଏଶ୍ଚରାଇଜିଂ ଲୋସନ୍‌ ସାହାଯ୍ୟରେ ପାଦକୁ ସ୍କ୍ରବ୍‌ କରିପାରିବେ ।

ପାଦକୁ କିପରି ପେଡିକ୍ୟୁଅର୍‌ କରିବେ :
ପ୍ରଥମେ ସ୍କ୍ରବିିଂରୁ ପେଡିକ୍ୟୁଅର୍‌ ଆରମ୍ଭ କରିବେ । ଗରମ ପାଣି ନେବେ ଏବଂ ସେଥିରେ ବେକିଂ ସୋଢା ଓ ଆପଲ ସାଇଡ ଭିନେଗାର ମିଶାଇବେ ଏବଂ ସେହି ପାଣିରେ ନିଜ ପାଦକୁ ବୁଡାଇ ରଖିବେ । ପାଦ ବୁଡାଇ ରଖିବାର କିଛି ସମୟ ପରେ ପାଦ ବାହାରକୁ ବାହାର କରି ପୁମିସ୍‌ ଷ୍ଟୋନ୍‌ ସ୍କ୍ରବ କରିବା ଆରମ୍ଭ କରିବେ । ଏହା ପରେ ଓଟସ୍‌ରେ କଫି ପାଉଡର ମିଶାଇବେ ଏବଂ ତାକୁ ପାଦରେ ଲଗାଇ ପୁଣି ସ୍କ୍ରବ କରିବେ । ପ୍ରାୟ ୨୦ ମିନିଟ୍‌ ସ୍କ୍ରବ କରିବା ପରେ ପାଦକୁ ପାଣିରେ ଭଲ ଭାବେ ଧୋଇ ଦେବେ ।

ନେଲ୍‌ କଟ୍‌ରେ ନଖ କାଟି ସାଇଜ୍‌ କରିବେ । ଯଦି ନେଲ୍‌ପେଣ୍ଟ୍‌ ଲଗାଇଥିବେ ତାହେଲେ ତାକୁ ଭଲ ଭାବେ ସଫା କରିବେ ଏବଂ ପାଦକୁ ଗରମ ପାଣିରେ ପ୍ରାୟ ୩୦ ମିନିଟ୍‌ ରଖିବେ । ତା’ ପରେ ପାଦକୁ ବାହରକରି ମଏଶ୍ଚରାଇଜିଂ କ୍ରିମ୍‌ ଲଗାଇ ଭଲ ଭାବେ ମସାଜ କରିବେ । ଏହାର  କିଛି ସମୟ ପରେ ପାଦରେ ଅଳ୍ପ ନଡିଆ ତେଲ ଲଗାଇ ମାଲିସ କରିବେ । ତେବେ ଏହି ସବୁ ଘରୋଇ ଉପାୟରେ ଆପଣ ମଧ୍ୟ ନିଜ ପାଦକୁ ସଫା ରଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.