Below header

ଯାଜପୁର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ, ୪ଟି ପରିବାରର ସମସ୍ତ ଘର ପୋଡି ପାଉଁଶ

ଯାଜପୁର ଟାଉନ: ଯାଜପୁର ସହର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସକ୍ରିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ୪ଟି ପରିବାରର ସମସ୍ତ ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରିଥିଲେ ମଧ୍ୟ ସମସ୍ତ ଆସବାସ ପତ୍ର ସହିତ ବହୁ ଧନ ସମ୍ପତି ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନି ବିପନ୍ନ ପରିବାର ଦିନ ମଜୁରିଆ ହୋଇଥିବାରୁ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ଲାଗି ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.