ମାଟ୍ରିକ ପାସ କରିବାର ଦୀର୍ଘ ୧୬ ବର୍ଷ ପରେ ଏମଏ ପରୀକ୍ଷା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହା ପଛର କାରଣ କଣ

ସ୍ୱାଧୀନତା ପାଇବା ପରେ ଭାରତ ଏଯାବତ ୧୪ ଜଣ ପ୍ରଧାନ ମନ୍ତ୍ରୀଙ୍କୁ ଦେଖିସାରିଲେଣି । ନିକଟରେ ୨୦୧୯ ମସିହାରେ ହିଁ ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ଦେଶର ନେତୃତ୍ୱ ନିଜ ହାତକୁ ନେଇଛନ୍ତି । ଏବେକା ସମୟରେ ବିଶ୍ୱର ଶକ୍ତିଶାଳୀ ନେତାଙ୍କ ଭିତରେ ଗଣାଯାଉଥିବା ଶ୍ରୀଯୁକ୍ତ ମୋଦିଙ୍କ ଶିକ୍ଷାଗ୍ରହଣ କିନ୍ତୁ ଅନ୍ୟ କିଛିଟା ଭିନ୍ନ । ମାଟ୍ରିକ ପରୀକ୍ଷା ପାସ କରିବାର ୧୬ ବର୍ଷ ପରେ ମୋଦି ଏମଏ ପାସ କରିଛନ୍ତି । କାହିଁକି ମୋଦିଙ୍କୁ ଏହି ଡିଗ୍ରୀ ହାସଲ କରିବା ପାଇଁ ଏତେ ବର୍ଷ ସମୟ ଲାଗିଥିଲା । ଜଣେ ଏକ୍ସ ରେଗୁଲାର ଶିକ୍ଷାର୍ଥୀ ଭାବେ ୧୯୮୩ ମସିହାରେ ଗୁଜୁରାଟ ବିଶ୍ୱ ବିଦ୍ୟାଳୟରୁ ମୋଦି ଏମଏ ପାସ କରିଥିବା ବେଳେ ୬୨.୩ ପ୍ରତିଶତ ନମ୍ବର ରଖି ପରୀକ୍ଷା ପାସ କରିଥିଲେ ।

pm

କିନ୍ତୁ ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଥାର୍ଡ଼ ଡିଭିଜନରେ ହିଁ ବିଏ ପାସ କରିଥିଲେ । ୧୯୬୭ରେ ଗୁଜୁରାଟ ବୋର୍ଡରେ ହାଇ ସ୍କୁଲ ପରୀକ୍ଷା ଦେଇଥିଲେ । ମୋଦିଙ୍କ ଶିକ୍ଷା ବିଷୟରେ ତ ଜାଣିଲେ । ତେବେ ଆସନ୍ତୁ ଏବେପର୍ଯ୍ୟନ୍ତର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଏକ ନଜର ପକାଇବା । ଯଦି ଦେଶର ଏହି ବିଶିଷ୍ଟ ନେତାଙ୍କ ଶିକ୍ଷାକୁ ଧରାଯାଏ ତେବେ ସମସ୍ତଙ୍କ ଭିତରେ ସବୁଠୁ ଶିକ୍ଷିତ ହେଉଛନ୍ତି ଡ. ମନମୋହନ ସିଂହ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ସେ ହିଁ ଉଚ୍ଚ ଶିକ୍ଷିତ ।

୧. ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ମାତ୍ର ୧୫ ବର୍ଷ ବୟସରେ ଇଂଲଣ୍ଡ ଯାଇ ସେହିଠାରେ ହିଁ ନିଜ ଶିକ୍ଷା ପ୍ରାପ୍ତ କରିଥିଲେ । ୧୯୦୭ ରୁ ୧୯୧୦ ମସିହା ଭିତରେ ଟ୍ରିନିଟି କଲେଜ, କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ କରିବା ପରେ ଓକିଲାତି ଶିକ୍ଷା ନେଇଥିଲେ ।

pm

୨. ଯେବେକି ସ୍ୱାଧୀନ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀ ବିଦ୍ୟାପୀଠରୁ ବ୍ୟାଚେଲର ଡିଗ୍ରୀ ହାସଲ କରିଥିଲେ ।

୩. ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ମଡର୍ଣ୍ଣ ହିଷ୍ଟ୍ରୀରେ ଦାଖିଲ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ କାରଣରୁ ପାଠ ଅଧାରୁ ଛାଡ଼ି ପଳାଇ ଆସିଥିଲେ । ଏହାସହ ଇନ୍ଦିରା ଅନେକ ଅନ୍ତରାଷ୍ଟ୍ରୀୟ ସଂସ୍ଥା ଗୁଡିକରେ ମଧ୍ୟ ଶିକ୍ଷା ଗ୍ରହଣ କରିଥିଲେ ।

Image result for indira gandhi

୪. ଦେଶର ଅନ୍ୟତମ ନାମୀ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ବମ୍ବେ ପ୍ରୋଭିନ୍ସରୁ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିଲେ । ଚରଣ ସିଂହ ସାଇନ୍ସ ଗ୍ରାଯୁଏଟ କରିଥିବା ବେଳେ ପୋଷ୍ଟ ଗ୍ରାଯୁଏସନ ବି କରିଥିଲେ ।

୫. ସବୁଠୁ କମ ବୟସରେ ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ରାଜୀବ ଗାନ୍ଧୀ ଲଣ୍ଡନର କେମ୍ବ୍ରିଜ ଓ ଇମ୍ପେରିୟଲ କଲେଜରୁ ଶିକ୍ଷା ଗ୍ରହଣ କରିଥିଲେ ।

rajiv new

୬. ଏହା ପରେ ପରେ ଭିପି ସିଂ, ଚନ୍ଦ୍ର ଶେଖର, ଏଚଡ଼ି ଦେବେଗୌଡ଼ା, ଆଇକେ ଗୁଜରାଲ, ପିଭି ନରସିଂହ ରାଓଙ୍କ ପାଖରେ ବି ଉଚ୍ଚ ଡିଗ୍ରୀ ଥିଲା ।

୭. ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ରାଜନୀତି ବିଜ୍ଞାନରେ ଏମଏ ପାସ କରିଥିଲେ ।

manmohan

୮. ଦେଶର ତ୍ରୟୋଦଶ ତମ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଭାରତର ସବୁଠୁ ଉଚ୍ଚ ଶିକ୍ଷିତ ପ୍ରଧାନମନ୍ତ୍ରୀ ଭାବେ ଧରାଯାଏ । ଶ୍ରୀ ସିଂ ୧୯୪୮ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ମ୍ୟାଟ୍ରିକ ପାସ କରିବା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ୧୯୫୭ରେ ଅର୍ଥଶାସ୍ତ୍ର ବିଷୟର ପ୍ରଥମ ଶ୍ରେଣୀରେ ଅନର୍ସ ଡିଗ୍ରୀ ହାସଲ କରିଛନ୍ତି | ଏହା ପରେ ୧୯୬୨ ମସିହାରେ ଅକ୍ସଫୋର୍ଡ ଅଧିନସ୍ଥ ନଫିଲଡ କଲେଜରୁ ଅର୍ଥଶାସ୍ତ୍ରରେ ସେ ଡ଼ି ଫିଲ ଡିଗ୍ରୀ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.