Below header

ପୁରୀ: ଡେଲାଙ୍ଗ ମାଛପଡ଼ା ଗାଁରେ ଭୟାବହ ଅଗ୍ନିକାଣ୍ଡ , ୨୧ ବଖରା ଘର ଭସ୍ମୀଭୂତ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମାଛପଡ଼ା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ଆଁରେ ୨୧ ବଖରା ଘର ଭସ୍ମୀଭୂତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଛି । ଅଗ୍ନିଶମ ବିଭାଗ ବହୁ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ପୂର୍ବ ଶତୃତାକୁ କେନ୍ଦ୍ର କରି କିଛି ଦୁବୁର୍ତ୍ତ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ଗାଁର ହାଲୁ ମହାନ୍ତିଙ୍କ ସହିତ ଭାଗୀରଥି ସ୍ୱାଇଁଙ୍କ ପୂର୍ବରୁ ଶତୃତା ରହିଥିଲା । ଏନେଇ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିବା ଭାଗୀରଥି ଅଭିଯୋଗ କରିଛନ୍ତି । ଏନେଇ ଡେଲାଙ୍ଗ ଥାନାରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.