Below header

ଅଚାନକ୍ ଲାଗୁଛି ନିଆଁ ଜଳିଯାଉଛି ଘର, ଜଣାପଡୁନି କାରଣ

ଆଖି ପିଛୁଳାକେ ଘରର ଜିନିଷ ସବୁରେ ଲାଗିଯାଉଛି ନିଆଁ । କେତେ ପାଣି ଢ଼ାଳିବେ କାହା ଉପରେ ପାଣି ଛିଞ୍ଚିବେ । ଗୋଟେକୁ ଲିଭାଇଲେ ଆର ଜିନିଷରେ ଲାଗୁଛି ନିଆଁ । ତେବେ କଣ ଏହାର କାରଣ?

ସାଲେପୁର (କେନ୍ୟୁଜ) : ଚାହୁଁ ଚାହୁଁ ଜଳିଯାଉଛି ଘରେ ଥିବା ଜିନିଷପତ୍ର । ଆଖି ପିଛୁଳାକେ ଘରର ଜିନିଷ ସବୁରେ ଲାଗିଯାଉଛି ନିଆଁ । କେତେ ପାଣି ଢ଼ାଳିବେ କାହା ଉପରେ ପାଣି ଛିଞ୍ଚିବେ । ଗୋଟେକୁ ଲିଭାଇଲେ ଆର ଜିନିଷରେ ଲାଗୁଛି ନିଆଁ । ତେବେ କଣ ଏହାର କାରଣ? ଏହା ଦୈବିକ ନା ଅଲୌକିକ ।

ଆମେ ଆମ ଜୀବନରେ ଅନେକ ଦୃଶ୍ୟକୁ ବିଶ୍ୱାସ କରୁ ଆଉ କିଛି ଜିନିଷକୁ ଅବିଶ୍ୱାସ କରୁ । ଆଜିର ଯୁଗରେ ବିଜ୍ଞାନ ଅଗ୍ରଗତି କରୁଥିଲେ ମଧ୍ୟ ଆମେ ଦେଖିବାକୁ ପାଇଥିଲୁ କିଛି ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ । ସାଲେପୁର ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ ଭିଟିମୁଣ୍ଡା ସାରଙ୍ଗ ଗ୍ରାମର ପୁରଷୋତ୍ତମ ନାୟକଙ୍କ ଘରେ l ତାଙ୍କ ଘରେ ହଠାତ ଲାଗୁଛି ଅଚାନକ ନିଆଁ ପୋଡିଯାଉଛି ଘର ଦ୍ୱାର, ଆସବାସପତ୍ର ଓ ଅନେକ ଜିନିଷ ପତ୍ର । କିଛି ବୁଝିବା ଆଗରୁ ଲାଗୁଛି ନିଆଁ ।

ବିଶ୍ବାସ ଓ ଅବିଶ୍ବାସ ଭିତରେ ଘର ଲୋକେ ରହିଛନ୍ତି ଭୟଭୀତ ଅବସ୍ଥାରେ । ଫଳରେ ଘର ବାହାରେ ଗଛ ମୂଳରେ ରୋଷେଇ କରି ଖିଆପିଆ କରୁଛନ୍ତି ।ବର୍ତ୍ତମାନର ବଡ ପ୍ରଶ୍ନ ଏହା ଗୁଣିଗାରେଡି ନା କୌଣସି ଦୈବିଶକ୍ତିର ପ୍ରଭାବ । ନା କହିପାରିବୁ ଆମେ ନା କହିପାରିବେ ଆପଣ ମାନେ । ଯଦି ଆପଣ ନିଜ ଆଖିରେ ଏଦୃଶ୍ୟକୁ ନଦେଖିବେ ହୁଏତ ବିଶ୍ୱାସ କରିପାରିବେନି । ସତରେ ଆଜିର ଦୁନିଆରେ ଏଭଳି ଦୃଶ୍ୟ ବି ଦେଖିବାକୁ ମିଳେ ତାହା କ୍ୟାମେରାରେ କଏଦ ଏ ଚିତ୍ରରୁ ସ୍ପଷ୍ଟ ହେଉଛି । ପରିବାର ଲୋକେ ଭୟବିତ ଅବସ୍ଥାରେ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ନିବେଦନ କରିଛନ୍ତି କି ସ୍ଥିତି ସୁଧୁରିବା ଯାଏ ତାଙ୍କୁ ଥଇଥାନ କରିବା ପାଇଁ l ଏବେ ଦେଖିବାକୁ ବାକି ରହିଲା କେତେ ଏସବୁର ହେଉଛି ସମାଧାନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.