Below header

ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଗାଡି ଡ୍ରାଇଭର ଓ ହେଲପର

ମୟୂରଭଞ୍ଜ (କେନ୍ୟୁଜ୍) : ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଟ୍ରକ । ଅଳ୍ପକେ ବର୍ତ୍ତିଲେ ଗାଡି ଡ୍ରାଇଭର ଓ ହେଲପର । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ୬ନମ୍ବର ଜାତୀୟ ରାଜପଥ କୋଇତା ନିକଟରେ ଏହି ଅଘଟଣ ଘଟିଛି । ଟ୍ରକଟି କେନ୍ଦୁଝରରୁ ଝାରଖଣ୍ଡ ଯାଉଥିବାବେଳେ କୋଇତା ନିକଟରେ ହତାଠ୍ ଧୂଆଁ ବାହରୁଥିବା ଦେଖି ସ୍ଥାନୀୟ ଲୋକ ଅଟକାଇଥିଲେ। ଏହାପରେ ଡ୍ରାଇଭର ଓ ହେଲପର ଗାଡିରୁ ଓହ୍ଲାଇଯାଇଥିଲେ। ଚାହିଁ ଚାହୁଁ ଟ୍ରକଟି ହୁତ୍‌ହୁତ୍ ହୋଇ ଜଳିଯାଇଥିଲା। ଖବର ପାଇ ଦମକଳ ବାହୀନ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.