ଟାଟା ଷ୍ଟିଲ୍‌ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହୋଇଛି ହାଫ୍‌ ମାରାଥନ

ଭୁବନେଶ୍ୱର (କେନ୍ୟୁଜ୍) : ଟାଟା ଷ୍ଟିଲ୍‌ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ହାଫ୍‌ ମାରାଥନ । କଳିଙ୍ଗ ଷ୍ଟାଡିୟମ୍‌ରୁ ଆରମ୍ଭ ହୋଇଥିଲା ମାରାଥନ୍‌ । ତିନିଟି ରାଉଣ୍ଡରେ ମାରାଥନ୍‌ ଅନୁଷ୍ଠିତ ହୋଇଛି । ପ୍ରଥମ ରାଉଣ୍ଡ ୨୦ କିଲୋମିଟର ଯାଇଥିଲା । ଦ୍ୱିତୀୟ ରାଉଣ୍ଡ ୧୦ କିଲୋମିଟର ଯାଇଥିବା ବେଳେ ତୃତୀୟ ରାଉଣ୍ଡ ୫ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା । ଏହି ମାରାଥନ୍‌ରେ ତିନି ହଜାରରୁ ଅଧିକ ଯୁବକ ଯୁବତୀ ସାମିଲ ହୋଇଥିଲା । କିଛି ଦିବ୍ୟାଙ୍ଗ ମଧ୍ୟ ଏହି ମାରାଥନ୍‌ରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ହାଫ୍‌ ମାରାଥନ୍‌କୁ ଟାଟା ଷ୍ଟିଲ୍‌ର ଉପ ସଭାପତି ଚାଣକ୍ୟ ଚୌଧୁରୀ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ, ଅଭିନେତା ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.