Below header

ମାତ୍ର ୪,୯୯୯ ଟଙ୍କାରେ ଏହି କମ୍ପାନୀ ଦେଉଛି LED TV! ହାତଛଡ଼ା କରନ୍ତୁ ନାହିଁ, Flipkart ସେଲ୍‌ରେ ଆଜି ହିଁ କିଣନ୍ତୁ

Flipkart ସେଲ୍‌ରେ Thomson ଆପଣମାନଙ୍କୁ ଅଫର୍‌ କରୁଛି LED TV। ଆଉ ତାହା ବି ବଡ଼ ରିହାତି ଦରରେ। ଏହି ସେଲ୍‌ରେ ଗ୍ରାହକମାନେ କମ୍ପାନୀର LED TVକୁ ମାତ୍ର ୪,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ କିଣିପାରିବେ। ୧୯ ଜାନୁୟାରୀ ଅର୍ଥାତ୍‌ ଆଜି Flipkart Republic Day Sale ଆରମ୍ଭ ହୋଇଛି।

tv3

Flipkart ସେଲ୍‌ରେThomson ଏହି ୨୪ ଇଞ୍ଚିଆ LED TVକୁ ସବୁଠାରୁ କମ୍‌ ମୂଲ୍ୟରେ ସେଲ୍‌ କରିବ। ଏହାକୁ ୭,୪୯୯ ଟଙ୍କା ବଦଳରେ ୪,୯୯୯ ଟଙ୍କାରେ ଉପଲବ୍ଧ କରାଯିବ। ଏଥିରେ 20W ସ୍ପୀକର ଆଉଟ୍‌ପୁଟ ମିଳିବ। କମ୍ପାନୀର ଦାବି ମୁତାବକ, ଏହି ଟିଭିରେ 60Hz ରିଫ୍ରେଶ ରେଟ୍‌ ସହିତ ସାମ୍‌ସଙ୍ଗର ପ୍ୟାନେଲ ବ୍ୟବହାର କରାଯାଇଛି। Thomson ଟିଭି My Wall interfaceରେ ଚାଲିଥାଏ ଏବଂ ଏଥିରେ ଗୋଟିଏ ବର୍ଷର ଓ୍ଵାରେଣ୍ଟି ବି ମିଳୁଛି।

tv34

ଏହି ସେଲ୍‌ରେ Thomsonର ବାକି ଟିଭି ମଡେଲ୍‌ଗୁଡ଼ିକ ଉପରେ ମଧ୍ୟ ରିହାତି ଦିଆଯିବ। ଗ୍ରାହକମାନେ ୩୨ ଇଞ୍ଚିଆ HD TVକୁ ୭,୯୯୯ ପରିବର୍ତ୍ତେ ମାତ୍ର ୬,୯୯୯ ଟଙ୍କାରେ କିଣିପାରିବେ। ଏହାସହିତ କମ୍ପାନୀ UD9 ସିରିଜ୍‌ର ୪ଟି ମଡେଲ୍‌ ଉପରେ ମଧ୍ୟ ରିହାତିର ଫାଇଦା ଗ୍ରାହକମାନଙ୍କୁ ଦେବ।
ସେହିଭଳି ୪୩ ଇଞ୍ଚିଆ 4K UHD ଟିଭିକୁ ଗ୍ରାହକମାନେ ୨୦,୯୯୯ ଟଙ୍କାରେ କିଣିପାରିବେ। ଯଦି ଆପଣ ବଡ଼ ସ୍କ୍ରିନ୍‌ ଥିବା ଟିଭି ଖୋଜୁଛନ୍ତି, ତା’ହେଲେ Thomsonର ୫୦ ଇଞ୍ଚିଆ ଟିଭି ମଡେଲ୍‌କୁ ପାଖାପାଖି ୧୯,୪୯୯ ଟଙ୍କାରେ କିଣିପାରିବେ। ଏଥିରେ ଆପଣଙ୍କୁ ୩୦ ପ୍ରତିଶତ ରିହାତି ମିଳିବ।

tv4

Flipkartର ଅପ୍‌କମିଙ୍ଗ୍‌ ସେଲ୍‌ରେ Thomsonର ୬୫ ଇଞ୍ଚିଆ ଆଣ୍ଡ୍ରୋଏଡ୍‌ ଟିଭିରେ ମଧ୍ୟ ଡିସ୍‌କାଉଣ୍ଟ ମିଳିବ। ଗ୍ରାହକ ଏହାକୁ ୫୧,୯୯୯ ଟଙ୍କାରେ କିଣିପାରିବେ। କହି ରଖୁଛୁ କି, କମ୍ପାନୀ ଏହି ଟିଭିକୁ ୭୯,୯୯୯ ଟଙ୍କାରେ ଭାରତରେ ଲଞ୍ଚ୍‌ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.