ବିଶ୍ୱକପ୍‌ ହାରର ପ୍ରତିଶୋଧ ନେଲା ଭାରତ, ନେଦରଲ୍ୟାଣ୍ଡକୁ ୫-୨ରେ କଲା ପରାସ୍ତ

ବିଶ୍ୱକପ୍‌ ହାରର ପ୍ରତିଶୋଧ ନେଲା ଭାରତ । ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ନେଦରଲ୍ୟାଣ୍ଡକୁ ୫-୨ରେ କଲା ପରାସ୍ତ । ବିଶ୍ୱକପରେ ଭାରତର ସେମି ଫାଇନାଲ ଆଶା ଧୂଳିସାତ୍‌ କରିଥିଲା ନେଦରଲାଣ୍ଡ । ୨-୧ରେ କ୍ୱାର୍ଟର ଫାଇନାଲରେ ଭାରତକୁ ହରାଇ ସେମିରେ ପ୍ରବେଶ କରିଥିଲା ନେଦରଲାଣ୍ଡ । ପୁଣିଥରେ କଳିଙ୍ଗ ଷ୍ଟାଡିୟମରେ ଭରପୁର ଦର୍ଶକଙ୍କ ମନ ଜିଣିଛି ଭାରତୀୟ ହକି ଦଳ । ଦୁଇ ଟିକିଆ ସିରିଜରେ ପ୍ରଥମ ମ୍ୟାଚକୁ ଭାରତ ହାତେଇ ନେଇଛି । ଆଜି ଆଉ ଗୋଟିଏ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଭାରତର ପଲ୍ଲା ଭାରି ରହିଛି । ପ୍ରଥମ ମ୍ୟାଚରେ ପଡିଆକୁ ଓହ୍ଲାଇବା କ୍ଷଣି ଦମଦାର ପ୍ରଦର୍ଶନ କରିଥିଲା ଟିମ ଇଣ୍ଡିଆ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.