ଏବେ ଗୋଟିଏ ଚାର୍ଜରରେ ଚାର୍ଜ ହେବ ସବୁ କମ୍ପାନୀର ସ୍ମାର୍ଟଫୋନ, ୟୁରୋପୀୟ ୟୁନିୟନ କଲା ଅପିଲ

ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ଭିନ୍ନ ଭିନ୍ନ ମୋବାଇଲ ପାଇଁ ଭିନ୍ନ ଭିନ୍ନ ଚାର୍ଜରକୁ ନେଇ ଚିନ୍ତିତ ଅଛନ୍ତି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ଖୁସି ଖବର । କାରଣ ଆଗକୁ ପ୍ରାୟ ସମସ୍ତ ସ୍ମାର୍ଟଫୋନ କମ୍ପାନୀ ଏକାଭଳି ଚାର୍ଜର ଆଣିବା ପାଇଁ ଯୋଜନା କରୁଛନ୍ତି ।

Image result for common-mobile-charger-european-union-demands

ସୂଚନା ଅନୁଯାୟୀ ୟୁରୋପୀୟ ୟୁନିୟନ ସଂସଦରେ ମୋବାଇଲ ଫୋନ ଏବଂ ଟାବଲେଟରେ ଏକାଭଳି ଚାରଜିଙ୍ଗ ପୋର୍ଟ କରାଇବା ପାଇଁ ଆବେଦନ କରାଯାଇଛି । ଜାନୁଆରୀ 13 ତାରିଖରେ ୟୁରୋପୀୟ ୟୁନିୟନର ସଦସ୍ୟମାନେ ୟୁରୋପୀୟ ସଂସଦରେ ଏକ ବିଲ ଆଣିଥିଲେ ଯେଉଁଥିରେ ସମସ୍ତ ଇଲେକ୍ଟ୍ରୋନିକ ଏବଂ ଟେକ୍ନୋଲୋଜି ମ୍ୟାନୁଫ୍ୟାକଚରିଂ କମ୍ପାନୀ ଗୁଡିକର ମୋବାଇଲ ଓ ଡିଭାଇସରେ ଏକାଭଳି ଚାରଜିଙ୍ଗ ପୋର୍ଟ ଆଣିବା ପାଇଁ କହିଥିଲେ । ତାଙ୍କର କହିବା ଅନୁଯାୟୀ ଏକାଭଳି ଚାରଜିଙ୍ଗ ପୋର୍ଟ ଆଣିବା ଦ୍ୱାରା ଏହା ଅନେକ ପ୍ରକାର ଫାଇଦା ଦେବା ସହିତ ଇଲେକ୍ଟ୍ରୋନିକ ଆବର୍ଜନା ମଧ୍ୟ କମ କରିବ ।

Related image

ତେବେ ଏହି କମନ ଚାର୍ଜରର ଆବେଦନ ପରେ ଆପଲ କହିଛି ଯେ ଏହାଦ୍ୱାରା ଇନୋଭେସନ କମ ହେବାର ସମ୍ଭାବନା କମ ହୋଇଯାଇପାରେ । ତାସହିତ ଆଣ୍ଡ୍ରଏଡ଼ ଏବଂ ଆଇଓଏସ ଦୁଇଟି ଡିଭାଇସ ପାଇଁ ଏକାଭଳି ଚାର୍ଜିଙ୍ଗ ପୋର୍ଟ ଦେବା ଏକ ବଡ଼ ଚ୍ୟାଲେଞ୍ଜ ହେବ।

Image result for common-mobile-charger-european-union-demands

ଅନ୍ୟପଟ ୟୁରୋପିୟନ ୟୁନିୟନର କହିବା ଅନୁଯାୟୀ ଏକାଭଳି ଚାର୍ଜର ହେବାଦ୍ବାରା ଇ-ଆବର୍ଜନା କମ ହେବ କିନ୍ତୁ ଆପଲ କହିଛି ଯେ ଏହାଦ୍ୱାରା ଅଚାନକ ଏବେ ଇ-ଆବର୍ଜନା ବଢ଼ିଯିବ । କାରଣ ନିକଟରେ କମ୍ପାନୀ ପ୍ରାୟ ଏକ ବିଲିୟନରୁ ଅଧିକ ଡିଭାଇସକୁ ଲାଇଟନିଙ୍ଗ କନେକ୍ଟର ସହିତ ମ୍ୟାନୁଫ୍ୟାକଚର କରିଛି । ଏଠାରେ କହିରଖିବାକୁ ଚାହିଁବୁ ଯେ ଆପଲକୁ ଛାଡିଦେଲେ ବର୍ତ୍ତମାନ ଅଧିକାଂଶ ସ୍ମାର୍ଟଫୋନ କମ୍ପାନୀ ଗୁଡିକ ନିଜ ଡିଭାଇସରେ Type C ଚାରଜିଙ୍ଗ ପୋର୍ଟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.