Below header

ରାଉରକେଲା: ଗଛରେ ଚଢି ଆତ୍ମହତ୍ୟାର ଧମକ ଦେଉଥିଲେ ଅଚିହ୍ନା ବ୍ୟକ୍ତି, ଅଗ୍ନିଶମ ବହିନୀ କଲା ଉଦ୍ଧାର

ରାଉରକେଲା(କେନ୍ୟୁଜ୍): ଗଛ ଚଢ଼ି ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର । ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବା ପରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ରାଉରକେଲା ୧୯ ନମ୍ବର ସେକ୍ଟର ମୁଣ୍ଡା ମାର୍କେଟ ନିକଟରେ ଜଣେ ବ୍ୟକ୍ତି ଗଛ ଉପରକୁ ଚଢ଼ି ଆତ୍ମହତ୍ୟା ପାଇଁ ଧମକ ଦେଇଥିଲେ । ଏହାପରେ ସେଠାରେ ଲୋକ ରୁଣ୍ଡ ହୋଇଥିଲେ ।

ଦୁଇଟି ଦମକଳ ଗାଡ଼ି ପହଞ୍ଚିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ କୌଶଳକ୍ରମେ ଉଦ୍ଧାର କରାଯାଇଥିଲା । ସେ ଅଚେତ ହୋଇପଡ଼ିବାରୁ ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.