ଆମେରିକା-ଭାରତ ମିଳିତ ଭାବେ ତିଆରି କରିବେ ସାଟେଲାଇଟ୍‌ ନିସାର, ଅନ୍ତରୀକ୍ଷରୁ ଆଣିପାରିବ ହାଇ ରେଜୁଲେସନର ଫଟୋ

ନୂଆଦିଲ୍ଲୀ : ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଏବଂ ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି ଇସ୍ରୋ ଦ୍ୱାରା ବିକଶିତ କରାଯାଉଛି ସିନ୍ଥେଟିକ ରାଡାର (ନିସାର) । ଏହି ସାଟେଲାଇଟ୍‌ ୨୦୨୨ ରେ ଲଞ୍ଚ ହେବାର ସମ୍ଭାବନା ରହିଛି । ଏହି ସାଟେଲାଇଟ୍‌ର ବିଶେଷତ୍ତ୍ୱ ଯେ ଏହା ଅନ୍ତରୀକ୍ଷରୁ ପୃଥିବୀ ପୃଷ୍ଟର ଯେ କୈାଣସି ସ୍ଥାନର ଫଟୋ ହାଇ ରେଜୁଲେସନ୍‌ରେ ନେଇ ପାରିବ ।

ଏହି ଫଟୋକୁ ଅତି ପରିସ୍କାର ଭାବେ ଦେଖି ହେବ । ଏହି ମିଳିତ ମିଶନ୍‌ ପାଇଁ ୨୦୧୪ ମସିହାରେ ଆମେରିକା ସହ ଚୁକ୍ତି ହୋଇଥିଲା । ବିଶ୍ୱର ଏହା ପ୍ରଥମ ରାଡାର ଇମେଜିଂ ସାଟେଲାଇଟ୍‌ ଯାହା ଏକ ସଙ୍ଗରେ ଦୁଇଟି ଫ୍ରିକ୍ୟୁଏନ୍ସିର ଫଟୋ ନେଇପାରିବ । ଖାଲି ସେତିକି ନୁହେଁ ଏହା ଦୁନିଆର ସବୁଠୁ ବ୍ୟୟ ବହୁଳ ଇମେଜିଂ ସାଟେଲାଇଟ୍‌ ହେବ ।

satelite.JPG-1

ସବୁଠାରୁ ବଡ଼ କଥା ହେଲା ଏହା ରିମୋର୍ଟ ସୋର୍ସିଂ ସାଟେଲାଇଟ୍‌ ଯାହାକି ପୃଥିବୀର ପ୍ରାକୃତିକ ସଂରଚନା ଓ ପ୍ରକୃତିକୁ ବୁଝିବାରେ ସକ୍ଷମ ହେବ । ଏହି ସାଟେଲାଇଟ୍‌ରେ ଦେଢ଼ ଆରବ ଡଲାର ଖର୍ଚ୍ଚ ହେବ । ପୂର୍ବ ସାଟେଲାଇଟ୍‌ ଅପେକ୍ଷା ଏହା ଅଧିକ ରେଜୁଲେସନ୍‌ ବାଲା ଫଟୋ ଉଠାଇ ପାରିବ ।

ଏହା ପୃଥିବୀ ପୃଷ୍ଟରେ ଥିବା ବରଫ ପରିମାଣର ସଠିକ୍‌ ଖବର ଦେବା ସହ ଭୁମୀକମ୍ପ, ସୁନାମୀ, ଜ୍ୱାଲାମୁଖୀ ଏବଂ ଭୁସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଖବର ଦେବ । ଏବଂ ଏହାକୁ ମାପି ମଧ୍ୟ ପାରିବ । ଏଥିରୁ ମିଳୁଥିବା ଫଟୋକୁ ବିଶ୍ଲେଷଣ କରି ବୈଜ୍ଞାନିକମାନେ ପୃଥିବୀର ଜଟିଳତା ସମ୍ପର୍କରେ ଅଧିକ ଗବେଷଣା କରିପାରିବେ । ଏହି ସାଟେଲାଇଟ୍‌ ପୃଥିବୀ ପୃଷ୍ଟରୁ ପ୍ରାୟ ୬୦୦ ରୁ ୮୦୦ କି.ମି ଉଚ୍ଚତାରେ ରହି କାମ କରିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.