ପୋଖରୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଉଦ୍ଧାର

ଆନନ୍ଦପୁର : ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକ ପାଣିରୁ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଆମ୍ବଗଡ଼ିଆ ଗାଁରେ ଏହି ଘଟଣା ଘଟିଛି । ମାନସିକ ବିକୃତି ଥିବା ଜଣେ ଯୁବକ ମକରା ନାହାକ ଆତ୍ମହତ୍ୟା କରିବାକୁ ପୋଖରୀକୁ ଡେଇଁ ପଡ଼ିଥିଲେ। ତେବେ ଗାଁର ଯୁବକ ମୁକ୍ତିକାନ୍ତ ଏବଂ ତାଙ୍କର ଅନ୍ୟ କିଛି ସାଙ୍ଗ ମକରାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଆନନ୍ଦପୁର ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲା । ସମସ୍ତେ ମିଶି ସମ୍ପୃକ୍ତ ଯୁବକ ଜଣକୁ ଉଦ୍ଧାର କରିଥିଲେ । ଘରୋଇ ଅଶାନ୍ତି ଯୋଗୁ ମକରା ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.