୧.୮୦ ଲକ୍ଷ ଟଙ୍କା ଏହି ସାବୁନର ଦାମ ! କେବଳ କୋଟିପତି ଲୋକ ହିଁ ଏହାକୁ କରିଥାନ୍ତି ବ୍ୟବହାର, ଜାଣନ୍ତୁ କ’ଣ ରହିଛି ଏହାର ଖାସିୟତ

ଆପଣ ଗାଧୋଇବା ପାଇଁ ବିଭିନ୍ନ ପ୍ରକାରର ସାବୁନ ବ୍ୟବହାର କରିଥିବେ। ବଜାରରେ କିଛି ସାବୁନ ଆପଣଙ୍କୁ ଶସ୍ତା ଦାମରେ ମିଳୁଥିବା ବେଳେ କିଛି ସାବୁନ ଏତେ ମହଙ୍ଗା ହୋଇଥାଏ ଯେ ଲୋକେ ଭାବିବାକୁ ବାଧ୍ୟ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ସାବୁନ ବିଷୟରେ କହିବାକୁ ଯାଉଛୁ, ଯାହାର ଦାମ ରହିଛି ୧ ଲକ୍ଷ ୮୦ ହଜାର ଟଙ୍କା।

vdd

ଦୁନିଆର ସବୁଠୁ ଧନୀ ବ୍ୟକ୍ତିମାନେ ଏହି ସାବୁନ ବ୍ୟବହାର କରିଥାନ୍ତି। ଏଥିରେ ହୀରା ଏବଂ ସୁନା ପାଉଡର ମିକ୍ସ ହୋଇଛି। ଏହାକୁ ବନାଇବାରେ ମହୁ ଏବଂ ଅଲିଭ ଅଏଲ ବ୍ୟବହାର କରାଯାଇଥାଏ। ଏଥିପାଇଁ ଏହି ସାବୁନ ବହୁତ ଲୋକପ୍ରିୟ। ଏହାକୁ ବ୍ୟବହାର କଲେ ତ୍ୱଚା ବହୁତ ଭଲ ରହିଥାଏ।

bgf

ଏହି ସାବୁନକୁ ବିଶ୍ୱର କୋଟିପତି ଲୋକ ବ୍ୟବହାର କରିଥାନ୍ତି। ଏହି ମହଙ୍ଗା ସାବୁନକୁ ଲେବନାନ ନାମକ ପରିବାର ତିଆରି କରିଛନ୍ତି। ସେମାନେ ଏହାକୁ ୧୦୦ ବର୍ଷ ହେବ ତିଆରି କରିଆସୁଛନ୍ତି। ଏହି ସାବୁନକୁ ସେମାନେ କଠିନ ପରିଶ୍ରମ ପରେ ତିଆରି କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଏହି ପରିବାର ଲୋକେ ଦାବି କରନ୍ତି ଯେ ଉକ୍ତ ସାବୁନକୁ ଦୁନିଆରେ କେହି ବି ତିଆରି କରିପାରିବେ ନାହିଁ। ଏଥିପାଇଁ ସେମାନଙ୍କୁ ସ୍ପେଶାଲ ଅର୍ଡର ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.