ଫିଲିପାଇନ୍ସ : ଗଞ୍ଜା ଲଢ଼େଇ ରୋକିବା ପାଇଁ ଯାଇଥିଲେ ପୋଲିସ୍‌, ଗଞ୍ଜା ଆକ୍ରମଣରେ ହୋଇଗଲା ମୃତ୍ୟୁ

ମନିଲା : ଫିଲିପାଇନ୍ସରେ ଗଞ୍ଜା ଆକ୍ରମଣରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ହୋଇଛି । ପୋଲିସ ଜଣକ ଅବୈଧ ଗଞ୍ଜା ଲଢ଼େଇ ରୋକିବାକୁ ଯାଇଥିଲେ । ହେଲେ ଗଞ୍ଜା ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗଞ୍ଜା ଡେଣାରେ ବ୍ଲେଡ୍‌ ବନ୍ଧା ଯାଇଥିବା ଜଣାଯାଇଛି ।

cock-1

ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ କେହି କହିପାରିବେ ନାହିଁ । ସାଧାରଣ ଗଞ୍ଜା ଖେଳକୁ ରୋକିବାକୁ ଯାଇ ଗଞ୍ଜା ଆକ୍ରମଣରେ ଜଣେ ପୋଲିସଙ୍କର ମୃତ୍ୟୁ ହୋଇଯିବା ଖବର ଯେ କେହିକୁ ଆଶ୍ଚର୍ଯ୍ୟ ଚକିତ କରିବ ନିଶ୍ଚୟଁ । ଘଟଣାଟି ଥିଲା ଏପରି । ସାଧାରଣତଃ ପଶୁ ପକ୍ଷୀଙ୍କୁ ଲଢ଼େଇବା ଆଇନ ବିରୁଦ୍ଧ ଅଟେ । ଏଥିପାଇଁ ଦଣ୍ଡ ବିଧାନ ରହିଛି ।

cock-2

ହେଲେ କିଛି ଲୋକ ନିଜର ଖୁସି ଚରିତାର୍ଥ କରିବା ସହ ଗଞ୍ଜା ଲଢ଼େଇ ମାଧ୍ୟମରେ ଅର୍ଥ ବାଜି ମଧ୍ୟ ଲଗାଇ ଥାନ୍ତି । ଏଥିପାଇଁ ଗଞ୍ଜାକୁ ବିଭିନ୍ନ ମାରଣାସ୍ତ୍ରରେ ସଜାଇ ଥାନ୍ତି । ଲଢ଼େଇରେ ଯାହା ଗଞ୍ଜା ଜିତେ ତାକୁ ମିଳେ ପୁରସ୍କାର । ଏମିତି ଏକ ଅବୈଧ ଗଞ୍ଜା ଲଢ଼େଇ ରୋକିବାକୁ ଯାଇଥିଲେ ଫିଲିପାଇନ୍ସର ଜଣେ ପୋଲିସ ଅଫିସର ।

ହେଲେ ଗଞ୍ଜା ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗଞ୍ଜା ଡେଣାରେ ପାତ ଲାଗିଥିବାରୁ ଆକ୍ରମଣରେ ଉକ୍ତ ପୋଲିସଙ୍କ ଗୋଡର ଧମନୀ କଟିଯାଇଥିଲା । ସେ ସେହିଠାରେ ହିଁ ମୃତ୍ୟୁ ବରଣ କରିଥିଲେ । ପୋଲିସ ଚିଫ୍‌ କର୍ଣ୍ଣଲ ଅର୍ନଲ କୁହନ୍ତି ଯେ ତାଙ୍କ ୨୫ ବର୍ଷ ପାଲିସ ଜୀବନରେ ଏହାହିଁ ପ୍ରଥମ ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.