ଆଜି ପୁଣି ରାଜଧାନୀରେ ୧୦୦ ତଳକୁ ରହିଲା କରୋନା ଆକ୍ରନ୍ତଙ୍କ ସଂଖ୍ୟା, ଆଜି ୯୩ କରୋନା ଆକ୍ରାନ୍ତ ଚିହ୍ନଟ, ୨୫୪ ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆସ୍ବସ୍ତି ଦେଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦିନକୁ ଦିନ କମୁଛି ସଂକ୍ରମଣ ସଂଖ୍ୟା।  ରାଜଧାନୀ ଭୁବନେଶ୍ୱରରୁ ଆଜି  ୯୩ ଜଣ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ଏଥିରେ ୨୧ ଜଣ କ୍ବାରେଣ୍ଟାଇନରୁ ଓ ୭୨ ଲୋକାଲ କଣ୍ଟାକ୍ଟ  କେସରୁ ଚିହ୍ନଟ ହୋଇଛନ୍ତି।ଏହା ସହ ଭୁବନେଶ୍ୱରରୁ ଆଜି ୨୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି    ଭୁବନେଶ୍ୱର ମହାନଗର ନିଗମ  ।

କ୍ବାରେଣ୍ଟାଇନରୁ ଚିହ୍ନଟ  କରୋନା ଆକ୍ରାନ୍ତମାନେ  ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। କ୍ବାରେଣ୍ଟାଇନରୁ  ଚିହ୍ନଟ କରୋନା ଆକ୍ରାନ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ବଡ଼ଗଡ଼ରୁ ସର୍ବାଧିକ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏହା ସହ ସହିଦ ନଗର, ବମିଖାଲ ଏବଂ ମଞ୍ଚେଶ୍ୱରରୁ ୨-୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଥିବା ୭୨ଜଣଙ୍କ ମଧ୍ୟରେ ବଡ଼ଗଡ଼ ଓ ପଟିଆରୁ ୫-୫ଜଣ, ନୟାପଲ୍ଲୀ, ମଞ୍ଚେଶ୍ୱର, ବମିଖାଲ ଓ ଶୈଳଶ୍ରୀ ବିହାରରୁ ୪-୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରୁ ମୋଟ ୨୮୯୮୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭୦୮୦ଜଣ ସୁସ୍ଥ ହୋଇଥିବା ବେଳେ ୧୭୨୨ଟି ସକ୍ରିୟ ମାମଲା ରହିଛି । ଏହା ସହ ୧୬୨ଜଣଙ୍କର ମୃତ୍ୟୁ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.