ରେଲୱେ ଶୌଚାଳୟକୁ ସମାଜବାଦୀ ପାର୍ଟି ରଙ୍ଗରେ ରଙ୍ଗାଇବା ପଡ଼ିଗଲା ମହଙ୍ଗା, ଟୁଇଟ କରି କ୍ଷୋଭ ପ୍ରକାଶ କଲା ଦଳ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

ରେଲୱେ ହସ୍ପିଟାଲର ଶୌଚାଳୟକୁ ସମାଜବାଦୀ ପାର୍ଟି ରଙ୍ଗରେ ରଙ୍ଗେଇବା ମହଙ୍ଗା ପଡ଼ିଛି। ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଘଟଣାଟି ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗୋରଖପୁରରେ। ଏଠାରେ ଶୌଚାଳୟ କାନ୍ଥରେ ସମାଜବାଦୀ ପାର୍ଟିର ପତାକା ଭଳି ରଙ୍ଗ ଦିଆଯାଇଛି। ଏ ନେଇ ପାର୍ଟି ତରଫରୁ ଅଭିଯୋଗ ହେବା ସହିତ ତୁରନ୍ତ ଏହାକୁ ହଟାଇବାକୁ ଅପିଲ କରାଯାଇଛି।

vvc

ଗୁରୁବାର ସମାଜବାଦୀ ପାର୍ଟି ଟୁଇଟ କରି ଏ ନେଇ ଅଭିଯୋଗ କରିଛି। ଟୁଇଟରେ ଲେଖାଯାଇଛି ଯେ ଲୋକତନ୍ତ୍ରକୁ କଳଙ୍କିତ କରିବା ଭଳି ଏହା ଏକ ଲଜ୍ଜାଜନକ ଘଟଣା। ଭାଇରଲ ଫଟୋରେ ଦେଖାଯାଉଛି, ଶୌଚାଳୟରେ ଲାଲ ଏବଂ ସବୁଜ ରଙ୍ଗର ଟାଇଲ ଲଗାଯାଇଛି। ଏହି ଘଟଣା ପରେ ଦଳ ସିଧା ଭାଜପାକୁ ଆକ୍ଷେପ କରିଛି। କିନ୍ତୁ ଏହି ମାମଲାରେ ୟୁପି ସରକାର କିମ୍ବା ଭାଜପା ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.